Odisha Link
Bridging the Missing Links in Odisha

ଦେଶରେ ସାପ୍ତାହିକ କରୋନା ସଂକ୍ରମଣ ବୃଦ୍ଧି

ଆଜି ଦେଶରେ ସାପ୍ତାହିକ ସଂକ୍ରମଣ ୧୧ପ୍ରତିଶତକୁ ବୃଦ୍ଧିପାଇଛି

ଓଏଲ୍‌ ବ୍ୟୁରୋ : ଚୀନରେ ହୁ ହୁ ହୋଇ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ନେଇ ସାରା ବିଶ୍ୱବାସୀ ଚିନ୍ତାରେ। ଭାରତ ସରକାର ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରିବାକୁ ଉଦ୍ବୋଧନ ଦେଇଥିଲେ। ହେଲେ ଦୁଇମାସ ପରେ ଆଜି ଦେଶରେ ସାପ୍ତାହିକ ସଂକ୍ରମଣ ୧୧ପ୍ରତିଶତକୁ ବୃଦ୍ଧିପାଇଛି।

ବିଦେଶରୁ ଫେରିଥିବା ୩୯ଜଣ କରୋନା ସଂକ୍ରମିତ ବୋଲି ଜଣା ପଡିଛି। ସଂକ୍ରମଣ ବୃଦ୍ଧି ପାଉଥିବାରୁ ଦେଶବାସୀଙ୍କ ଚିନ୍ତା ବଢ଼ିବାରେ ଲାଗିଛି। କରୋନା କଟକଣା ମାନିବା ସହ ସ୍ୱାସ୍ଥ୍ୟ ପ୍ରତି ସତର୍କ ରହିବାକୁ ଭାରତ ସରକାର ଲୋକମାନଙ୍କୁ ଉଦ୍ବୋଧନ ଦେଇଛନ୍ତି। କରୋନାର ସଂକ୍ରମଣକୁ ନଜରରେ ରଖି ସରକାର ନିର୍ଦେଶାବଳୀ ଜାରି କରିଛନ୍ତି। ନିର୍ଦ୍ଧିଷ୍ଟ କିଛି ଦେଶରୁ ଫେରୁଥିବା ବିଦେଶୀ ଫେରନ୍ତା ଯାତ୍ରୀଙ୍କ ଆର୍‌ଟି ପିସିଆର୍ ପରୀକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି।

Leave A Reply

Your email address will not be published.