Odisha Link
Bridging the Missing Links in Odisha

୨୧ ଜଣିଆ ଭ୍ୟାକ୍ସିନ କମିଟି କଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ମହାମାରୀ କରୋନା ପାଇଁ ବିଭିନ୍ନ ସ୍ଥାନରେ ଟିକାର ପରୀକ୍ଷା ନୀରିକ୍ଷା କରାଯାଉଥିବା ବେଳେ ଖୁବ୍ ଶୀଘ୍ର ଏହା ଦେଶରେ ଉପଲବ୍ଧ ହେବ। ଏହାକୁ ଦୃଷ୍ଟିରେ ରଖି ରାଜ୍ୟରେ ଯେଭଳି ଟିକାକରଣ ବ୍ୟବସ୍ଥା ସୁଗମ ହୋଇପାରିବ, ସେ ନେଇ ବିଭିନ୍ନ କମିଟି ଗଠନ କରିଛନ୍ତି ରାଜ୍ୟ ସରକାର। ଆଜି ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବିଜ୍ଞପ୍ତି ଅନୁସାରେ, କୋଭିଡ୍ ଟୀକାକରଣ ପରବର୍ତ୍ତୀ ସ୍ଥିତି ନିୟନ୍ତ୍ରଣ ଲାଗି ୨୧ ଜଣିଆ କମିଟିର ପୁନଃ ଗଠନ କରିଛନ୍ତି ରାଜ୍ୟ ସରକାର। କମିଟିର ଅଧ୍ୟକ୍ଷ ରହିବେ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ। ରାଜ୍ୟ ଟୀକାକରଣ ଦାୟିତ୍ୱରେ ଥିବା ଅଧିକାରୀ ସମ୍ପାଦକ ସଦସ୍ୟ ରହିବେ। କ୍ୟାପିଟାଲ ହସ୍ପିଟାଲ ଓ SCB ହସ୍ପିଟାଲ, ରାଜ୍ୟ ଡ୍ରଗ୍ କଣ୍ଟ୍ରୋଲର ବିଭିନ୍ନ ବିଭାଗର ମୁଖ୍ୟ ଆଦି ଏଥିରେ ସଦସ୍ୟ ରହିଛନ୍ତି।

ରାଜ୍ୟସ୍ତରୀୟ କମିଟି ଜିଲ୍ଲାସ୍ତରୀୟ କାର୍ଯ୍ୟର ସମୀକ୍ଷା କରିବା ସହ ବିଭିନ୍ନ ଜିଲ୍ଲା ଗସ୍ତ କରି ବ୍ୟବସ୍ଥା ପରଖିବ। ସେହିପରି ୧୪ ଜଣିଆ ଜିଲ୍ଲାସ୍ତରୀୟ ଟିକାକରଣ କମିଟିର ମୁଖ୍ୟ ରହିବେ ସିଡିଏମ୍ଓ ଏଥିରେ ଜିଲ୍ଲାର ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ ସଦସ୍ୟ ସଚିବ ଭାବେ କାମ କରିବେ। ଜିଲ୍ଲା ମୁଖ୍ୟ ହସପିଟାଲରେ କାମ କରୁଥିବା ବିଶେଷଜ୍ଞମାନଙ୍କ ସହ ଜିଲ୍ଲାର ବିଭିନ୍ନ ସହରାଞ୍ଚଳର ନିର୍ବାଚିତ ଲୋକ ପ୍ରତିନିଧି ମଧ୍ୟ ସଦସ୍ୟ ରହିବେ। ଜିଲ୍ଲାରେ ଠିକ୍ ଭାବେ ଯେଭଳି ଟିକାକରଣ ହେବ ସେଥିପ୍ରତି ଦୃଷ୍ଟି ଦେବ ଜିଲ୍ଲାସ୍ତରୀୟ କମିଟି।

୨୧ ଜଣିଆ କମିଟି ଜିଲ୍ଲାସ୍ତରରୁ ଆସୁଥିବା AEFI କେସର ଡାଟାର ଅନୁଧ୍ୟାନ କରିବ। ଆବଶ୍ୟକତା ଅନୁସାରେ ଗ୍ରାଉଣ୍ଡକୁ ଯାଇ ଟୀକାକରଣର ଅନୁଧ୍ୟାନ ସହ କୋଲ୍ଡ ଚେନ୍ ଷ୍ଟୋର ବୁଲିବେ। AEFI କେସର ସମ୍ପର୍କୀୟ, ଡାକ୍ତର ଓ ଜିଲ୍ଲା ଅଧିକାରୀଙ୍କ ସହ ଜରୁରୀ ଅନୁସାରେ ଆଲୋଚନା କରିବେ। ସମାନ କେସର ତର୍ଜମା କରିବେ। ଆବଶ୍ୟକତା ଅନୁସାରେ ତିନି ମାସ କିମ୍ବା ମାସକୁ ଥରେ AEFI କମିଟି ବୈଠକ କରିବ। AEFI କେସ୍ ଡାଟାବେସର ଅନୁଧ୍ୟାନ ନିୟମିତ ହେବ। ସମୟ ଅନୁସାରେ କେନ୍ଦ୍ର ସରକାରଙ୍କୁ ତଥ୍ୟ ପ୍ରଦାନ କରିବେ।

Comments are closed.