Odisha Link
Bridging the Missing Links in Odisha

ନିର୍ବାଚନରେ ହାରିବାରୁ ରାସ୍ତା ଖୋଳିନେଲେ

ଲକ୍ଷ୍ନୌ: ପଞ୍ଚାୟତ ନିର୍ବାଚନରେ ହରିଯିବା ପରେ ରାଜ୍ୟର ବହୁ ସ୍ଥାନରେ ପରାଜିତ ପ୍ରାର୍ଥୀ ହିଂସା କରୁଥିବା ଖବର ଆସିଛି। ହାରିଥିବା ପ୍ରାର୍ଥୀ ଜନସାଧାରଣଙ୍କ ଉପରେବ ବିଭିନ୍ନ ବାଗରେ ରାଗ ସୁଝାଉଛନ୍ତି। ବାରବାଙ୍କୀ ଜିଲ୍ଲାରେ ଜଣେ ପରାଜିତ ପ୍ରାର୍ଥୀ ରାଗରେ ଗାଁକୁ ଯାଇଥିବା ରାସ୍ତାକୁ ଜେସିବି ଲଗାଇ ଖୋଳି ଦେଇଛନ୍ତି।

ପରାଜିତ ପ୍ରାର୍ଥୀଙ୍କ ନାମ ଦୀପକ କୁମାର ତିଓ୍ବାରୀ। ସେ ବାରବାଙ୍କୀ ଜିଲ୍ଲା ଅହିରାଣ ସରିୟାଣ ଗାଁର ସରପଞ୍ଚ ଥିଲେ। ଚଳିତ ନିର୍ବାଚନରେ ସେ ଏଠାରୁ ପରାଜିତ ହୋଇଛନ୍ତି। ସେହି ରାଗରେ ସେ ରାସ୍ତାଟିକୁ ଖୋଳିପକାଇଛନ୍ତି। ସେ ସରପଞ୍ଚ ଥିବା ସମୟରେ ହିଁ ରାସ୍ତାଟିର ନିର୍ମାଣ ହୋଇଥିଲା। ଏଣୁ ପରାଜୟର ପୀଡ଼ା ସହି ନପାରି ସେ ନିଜର ସମର୍ଥକମାନଙ୍କ ସହ ମିଶି ଜେସିବି ଲଗାଇ ରାସ୍ତାଟିକୁ ଖୋଳି ଦେଇଛନ୍ତି।

ଗ୍ରାମର ପ୍ରାୟ ୨୦୦ ମିଟର ରାସ୍ତା ଖୋଳି ଦେଇଛନ୍ତି ତିଓ୍ବାରୀ। ଏ ନେଇ ଜିଲ୍ଲା ପ୍ରଶାସନ ପାଖରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ।

ଉତ୍ତରପ୍ରଦେଶ ନିର୍ବାଚନରେ ଗ୍ରାମ ପଞ୍ଚାୟତ ପ୍ରାର୍ଥୀ କେଉଁ ଦଳରୁ ଜିତିଲେ ତାହା କହିବା ସମ୍ଭବନୁହେଁ। ତେବେ ଜିଲ୍ଲା ପଞ୍ଚାୟତ ପାଇଁ ବିଜେପି ଏଥର ୩୦୫୦ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ ପ୍ରାୟ ୯୦୦ ଜଣ ବିଜୟୀ ହୋଇଛନ୍ତି ବୋଲି ଦଳ ଘୋଷଣା କରିଛନ୍ତି। ସମାଜବାଦୀ ପାର୍ଟି ୧୦୦୦ ଆସନ ଜିତିଥିବା ଦାବି କରୁଥିବା ବେଳେ ବିଏସ୍‌ପି ୩୦୦ ଜିତିଥିବା କହିଛି। କଂଗ୍ରେସ ଓ ଆପ୍‌ ପ୍ରାୟ ୭୦ ଲେଖାଏଁ ଆସନରେ ବିଜୟୀ ହୋଇଛନ୍ତି।

Leave A Reply

Your email address will not be published.