Odisha Link
Bridging the Missing Links in Odisha

ପିଏମ କିଷାନ ଯୋଜନାରେ ଚାଷୀଙ୍କ ଖାତାକୁ ଗଲା ୧୯ ହଜାର କୋଟି

ନୂଆଦିଲ୍ଲୀ: ପିଏମ କିଷାନ ଯୋଜନାରେ ଦେଶର ୯.୫କୋଟି ଚାଷୀଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପିଏମ କିଷାନ ଯୋଜନାର ଅଷ୍ଟମ କିସ୍ତି ପ୍ରଦାନ କରିଛନ୍ତି। କୃଷକଙ୍କ ଖାତାକୁ ମୋଟ ୧୯ ହଜାର କୋଟି ସହାୟତା ପ୍ରଦାନ କରିଛନ୍ତି।

ପିଏମ-କିସାନ ଯୋଜନାରେ ଯୋଗ୍ୟ କୃଷକ ପରିବାରକୁ ବାର୍ଷିକ ୬ ହଜାର ଟଙ୍କା ଆର୍ଥିକ ସୁବିଧା ପ୍ରଦାନ କରୁଛନ୍ତି କେନ୍ଦ୍ର ସରକାର। ବର୍ଷକୁ ୨ ହଜାର ଲେଖାଏଁ ତିନୋଟି କିସ୍ତିରେ ୬ ହଜାର ଟଙ୍କା ଦେଇଥାନ୍ତି କେନ୍ଦ୍ର ସରକାର। ଏହି ପାଣ୍ଠି ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସ୍ଥାନାନ୍ତରିତ ହୁଏ।

ଏହା ପୂର୍ବରୁ ପିଏମ-କିସାନ ଯୋଜନାରେ ୧୦ କୋଟି ୭୫ ଲକ୍ଷରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧.୧୫ ଲକ୍ଷ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଛନ୍ତି। ୨୦୧୯ ଫେବ୍ରୁଆରୀ ୨୪ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ଗୋରଖପୁରରୁ ଏହି ଯୋଜନାର ଆରମ୍ଭ କରିଥିଲେ।