Odisha Link
Bridging the Missing Links in Odisha

ଶୁଟିଂ ବନ୍ଦ ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

ରାଜ୍ୟରେ ଉଭୟ ଇନଡୋର ଓ ଆଉଟଡୋର ଶୁଟିଂକୁ ବନ୍ଦ କରିବା ପାଇଁ ସାନି ନିର୍ଦ୍ଦେଶ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର।

ଭୁବନେଶ୍ବର: ଏଣିକି ଲକ୍‌ଡାଉନ୍‌ ସମୟରେ ନୂଆ ସିନେମା ବା ସିରିଏଲ୍‌ର ନୂଆ ଏପିସୋଡ୍‌ ଦେଖିବା ହୁଏତ ସମ୍ଭବ ହୋଇ ନପାରେ। କାରର କୋଭିଡ୍‌ ସଂକଟକୁ ଦୃଷ୍ଟିରେ ରଖି ରାଜ୍ୟରେ ଚଳଚ୍ଚିତ୍ର ଓ ଧାରବାହିକ ଶୁଟିଂ ବନ୍ଦ ଲାଗି ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର।

ରାଜ୍ୟରେ ଉଭୟ ଇନଡୋର ଓ ଆଉଟଡୋର ଶୁଟିଂକୁ ବନ୍ଦ କରିବା ପାଇଁ ସାନି ନିର୍ଦ୍ଦେଶ ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର। ପୂର୍ବରୁ ଜାରି ହୋଇଥିବା କଟକଣାରେ ସଂଶୋଧନ କରାଯାଇ ଏହି ନୂଆ ନିୟମକୁ ଯୋଡ଼ା ଯାଇଛି।

ଶୁଟିଂ ବନ୍ଦହେଲେ ଦର୍ଶକ ଆଉ ନୂଆ ଏପିସୋଡ୍ ଦେଖିବାକୁ ପାଇବେନି ଓ ଓଟିଟି ପ୍ଲାଟଫର୍ମ, ଟିଭି ଅଥବା ଅନ୍ୟାନ୍ୟ ଡିଜିଟାଲ ମାଧ୍ୟମରେ ନୂଆ ସିନେମା ମଧ୍ୟ ଦେଖିବାକୁ ମିଳିବନି। ଦର୍ଶକ ରିପିଟ ଟେଲିକାଷ୍ଟ ଓ ପୁରୁଣା ସିନେମାରେ ସନ୍ତୁଷ୍ଟ ହେବେ। ଦିନକୁ ଦିନ କରୋନା ସଂକ୍ରମଣ ଭୟଙ୍କର ବେଗରେ ବ୍ୟାପିଚାଲିଥିବା ବେଳେ ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି।

Leave A Reply

Your email address will not be published.