Odisha Link
Bridging the Missing Links in Odisha

ଆଜି ଅପରାହ୍ଣ ୩ଟା ମଧ୍ୟରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା ‘ତଉକ୍ତେ’

ଗୁଜୁରାଟ: ଆରବସାଗରରେ ସୃଷ୍ଟ ବାତ୍ୟା ‘ତଉକ୍ତେ’ ଆଜି ଉପକୂଳ ଛୁଇଁବ। ଆଜି ଦିନ ୧୨ଟାରୁ ଅପରାହ୍ଣ ୩ଟା ଭିତରେ ଏହା ଉପକୂଳ ଛୁଇଁବ।ଗୁଜୁରାଟ ପୋରବନ୍ଦର ଓ ମହୁବା ଦେଇ ସନ୍ଧ୍ୟା ୬ଟା ଭିତରେ ଅତିକ୍ରମ କରିବ।

ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ୧୫୫ରୁ ୧୬୫ କିମି ରହିବ।  ବେଳେ ବେଳ ପବନର ବେଗ ଘଣ୍ଟାପ୍ରତି ୧୮୫ କିମି ପର୍ଯ୍ୟନ୍ତ ରହିବ ବୋଲି  ଅନୁମାନ କରାଯାଇଛି।

ଅପରପକ୍ଷରେ ‘ତଉକ୍ତେ’ ପ୍ରଭାବରେ ଗତକାଲି ଠାରୁ ୩ ରାଜ୍ୟରେ ଭୀଷଣ ବର୍ଷା ହେବା ସହ ୮ ଲୋକଙ୍କର ମୃତ୍ୟୁ ହୋଇଛି। ଶହ ଶହ ଘର ଓ ଗଛଲତା ନଷ୍ଟ ହୋଇଯାଇଛି। ଗୁଜୁରାଟରେ ତଳିଆ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତରିତ କରାଯାଉଛି।

Leave A Reply

Your email address will not be published.