Odisha Link
Bridging the Missing Links in Odisha

ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ। ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଅମରେନ୍ଦ୍ରଙ୍କ ମୃତ୍ୟୁ ହୋଇଛି। ୬୩ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି।

ଅମରେନ୍ଦ୍ର ମହାନ୍ତି ବହୁ ଭଜନ ଓ ହିଟ୍‌ ଫିଲ୍ମରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ସୁନା ପଞ୍ଜୁରୀ ଫିଲ୍ମର ‘ପୁଚୁକି ଗାଲି’ ପାଇଁ ବେଶ୍‌ ପ୍ରସିଦ୍ଧି ଲାଭ କରିଥିଲେ ଅମରେନ୍ଦ୍ର ମହାନ୍ତି। ସେ୧୯୫୮ ମସିହା ୬ ଫେବ୍ରୁଆରୀ କେନ୍ଦ୍ରାପଡ଼ା ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ବୁଲୁ ଭାଇ ଭାବେ ସମସ୍ତଙ୍କର ଅତି ପରିଚିତ ଥିଲେ।

Leave A Reply

Your email address will not be published.