Odisha Link
Bridging the Missing Links in Odisha

ବିଜେପିର ବିଧାନସଭା ପ୍ରାର୍ଥୀ ତାଲିକା: କେବେ ଘୋଷଣା ହେବ ଆଉ ୧୬ ଯୋଦ୍ଧାଙ୍କ ନାମ?

ଓଏଲ୍‌ ବ୍ୟୁରୋ: ଆରମ୍ଭ ହୋଇଛି ନିର୍ବାଚନୀ କସରତ। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ନିର୍ବାଚନକୁ ନଜରରେ ରଖି ସମସ୍ତ ଛାମୁଆ ଦଳ ଆରମ୍ଭ କରି ସାରିଲେଣି ଅଙ୍କକଷା। ରାଜ୍ୟରେ ନିର୍ବାଚନକୁ ନେଇ ତିନି ପ୍ରମୁଖ ଦଳ ରାଜନୈତିକ ପ୍ରଚାର ଆରମ୍ଭ ହୋଇଛି। ଏହାରି ମଧ୍ୟରେ ୨ୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଜାରି କଲା ବିଜେପି। ପ୍ରଥମ ପର୍ଯ୍ୟାୟରେ ୧୧୨ ଘୋଷଣା କରିଥିବାବେଳେ ବର୍ତ୍ତମାନ ଆଉ ୨୧ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି। ସମୁଦାୟ ୧୪୭ ଆସନରୁ ୧୩୧ ଆସନ ପାଇଁ ଦଳ ପ୍ରାର୍ଥୀ ଘୋଷଣା କରିଥିବାବେଳେ ଏଯାଏଁ ସମ୍ପୂର୍ଣ୍ଣ ପ୍ରାର୍ଥୀ ତାଲିକା ଆସିପାରିନାହିଁ। ଘୋଷଣା ହୋଇନଥିଲା ବଳକା ୧୬ ଆସନରେ ଆଶାୟୀଙ୍କ ସଂଖ୍ୟା ଅଧିକ ଥିବାରୁ ଏଯାଏଁ ଦଳ ସମ୍ପୂର୍ଣ୍ଣ ପ୍ରାର୍ଥୀ ଦେଇପାରିନଥିବା ଚର୍ଚ୍ଚା ହେଉଛି। ତେବେ ଆଉ ୧୬ ଯୋଦ୍ଧାଙ୍କ ନାମ ଦଳ କେବେ ଘୋଷଣା କରିବ ତାହା ଦେଖିବାକୁ ବାକି ରହିଲା।

ବିଜେପି ଜାରି କରିଥିବା ୨ୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ରାଉରକେଲାରୁ ଲଢ଼ିବେ ଦିଲ୍ଲୀପ ରାୟ, ପାଟଣାରୁ ଅଖିଳ ଚନ୍ଦ୍ର ନାଏକ, ସରସକାଣ ଭାଦବ ହାଁସଦା, ରାଇରଙ୍ଗପୁରରୁ ଜୋଲେନ ବାରଦା, ବାଙ୍ଗିରିପୋସିରୁ ସଞ୍ଜଳି ମୁର୍ମୁ, କରଞ୍ଜିଆରୁ ପଦ୍ମଚରଣ ହାଇବରୁ, ଝରିଗ୍ରାମରୁ ନରସିଂହ ଭାତ୍ରା, ଡାବୁଗାଁରୁ ସୋମନାଥ ପୂଜାରୀ, ରାଜନଗରରୁ ଲଳିତ ବେହେରା, ବାଲିକୁଦା-ଏରସମାରୁ ସତ୍ୟ ସାରଥୀ ମହାନ୍ତି, ଜଗତସିଂହପୁରରୁ ଅମରେନ୍ଦ୍ର ଦାସ, କାକଟପୁରରୁ ବାଇଧର ମଲ୍ଲିକ, ରଣପୁରରୁ ସୁରମା ପାଢ଼ୀ, ସାନଖେମୁଣ୍ଡିରୁ ଉତ୍ତମ କୁମାର ପାଣିଗ୍ରାହୀ, ମୋହନାରୁ ପ୍ରଶାନ୍ତ ମଲିକ, ବିଷମକଟକରୁ ଜଗନ୍ନାଥ ନୁଣ୍ଡ୍ରୁକା, ରାୟଗଡ଼ାରୁ ବସନ୍ତ ଉଲାକା, ଲକ୍ଷ୍ମୀପୁରରୁ କୈଳାସ କୁଲେସିକା, କୋଟପାଡରୁ ରୁପୁ ଭତ୍ରା, ପଟାଙ୍ଗୀରୁ ଚୈତନ୍ୟ ନନ୍ଦିବାଲି, ଚିତ୍ରକୋଣ୍ଡାରୁ ଡମ୍ବରୁ ଶିଶାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଦଳ ଟିକେଟ ଦେଇଛି।

Leave A Reply

Your email address will not be published.