Odisha Link
Bridging the Missing Links in Odisha

ଦେଶରେ କରୋନା: ଦିନକରେ ୨.୮୧ ଲକ୍ଷ ଆକ୍ରାନ୍ତ, ୪୧୦୬ ମୃତ

ନୂଆଦିଲ୍ଲୀ: ଅଣାୟତ୍ତ ହେଲାଣି ମହାମାରୀ କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଏବଂ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨.୮୧ ଲକ୍ଷ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୪୧୦୬ ଜଣଙ୍କର ମୃତ ଘଟିଛି।ଭାରତରେ ସମୁଦାୟ କୋଭିଡ୍‌ ସଂକ୍ରମଣ ମାମଲା ୨,୪୯,୬୫,୪୬୩ ଓ ମୃତ୍ୟୁସଂଖ୍ୟା ୨,୭୪,୩୯୦ରେ ପହଞ୍ଚିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦିଆଯାଇଛି।

ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩ ଲକ୍ଷ୭୮ ହଜାର ୭୪୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସମୁଦାୟ ସୁସ୍ଥ ସଂଖ୍ୟା ୨,୧୧,୭୪,୦୭୬ରେ ପହଞ୍ଚିଛି। ଏଥିସହ ଦେଶରେ ସମୁଦାୟ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୩୫,୧୬,୯୯୭। ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧୮,୨୯,୨୬,୪୬୦ଜଣ ହିତାଧିକାରୀଙ୍କୁ ଟିକା ଦିଆଯାଇଛି।

Leave A Reply

Your email address will not be published.