Odisha Link
Bridging the Missing Links in Odisha

ବାତ୍ୟା ସମୟରେ ଗୁଜରାଟରେ ଭୂକମ୍ପ ଝଟକା

ଅହମଦାବାଦ: ସାମୁଦ୍ରିକ ଝଡ଼ ‘ତଉକ୍ତେ’ ଅତି ଭୀଷଣ ରୂପ ଧାରଣ କରିଥିବା ବେଳେ ଗୁଜରାଟ ସମେତ ଆଖପାଖ ଅଞ୍ଚଳକୁ ହାଇ ଆଲର୍ଟ କରାଯାଇଛି। ଏହାରି ମଧ୍ୟରେ ଗୁଜରାଟରେ ଆଜି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଗୁଜରାଟର ସୌରାଷ୍ଟ୍ର ଅଞ୍ଚଳରେ ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ଥିବା ଜଣାପଡ଼ିଛି।

ଏହି ଝଟା ଉନା ଓ ରାଜୁଲା ଜିଲ୍ଲାରେ ମଧ୍ୟ ଲୋକମାନେ ଅନୁଭବ କରିଛନ୍ତି। ସୂଚନା ଅନୁସାରେ, ବାତ୍ୟା ପ୍ରଭାବରେ ଗୁଜରାଟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି। ବାତ୍ୟା କାଲି ଲ୍ୟାଣ୍ଡଫଲ କରିବାକୁ ଥିବାରୁ ଉପକୂଳବର୍ତ୍ତୀ ଅଞ୍ଚଳର ଲୋକମାନଙ୍କୁ ଯୁଦ୍ଧକାଳୀ ଭିତ୍ତିରେ ସ୍ଥାନାନ୍ତର କରାଯାଉଛି।

ଆଜି ବାତ୍ୟା ତଉକତେ ସୌରାଷ୍ଟ୍ର ଅତିକ୍ରମ କରିବ। ଏସବୁ ଭିତରେ ଭୋର ୩.୩୭ରେ ସୌରାଷ୍ଟ୍ର ଅଞ୍ଚଳର ଲୋକମାନେ ଭୂକମ୍ପ ଝଟକା ଅନୁଭବ କରିଛନ୍ତି। ୪.୫ ତୀବ୍ରତାର ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଉନାର ପୂର୍ବ ଦିଗରେ ବୋଲି ଜଣାପଡ଼ିଛି। ସେହିପରି ଭୂପୃଷ୍ଠରୁ ୩.୫ କିମି ଗଭୀରରେ ଏହା ସୃଷ୍ଟି ହୋଇଛି।ଲୋକମାନେ ଶୋଇଥିବା ବେଳେ ଝଟକା ଅନୁଭବ ହୋଇଥିଲା।ତେବେ ଏଯାଏ ଭୂକମ୍ପର କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

Leave A Reply

Your email address will not be published.