Odisha Link
Bridging the Missing Links in Odisha

ନାରଦା ଷ୍ଟିଙ୍ଗ ମାମଲା: ମମତାଙ୍କ ୨ ମନ୍ତ୍ରୀଙ୍କୁ ନେଇଗଲା ସିବିଆଇ

କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ ରାଜ୍ୟପାଳ ଜଗଦୀପ ଧନକର ସିବିଆଇକୁ ଅନୁମତି ଦେଇଥିଲେ

କୋଲକାତା: ପୁଣି ସରଗରମ ହୋଇଯାଇଛି ପଶ୍ଚିମବଙ୍ଗ ରାଜନୀତି । ବିଧାନସଭା ନିର୍ବାଚନ ଶେଷ ହେବା ମାତ୍ରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ସକ୍ରିୟ ହୋଇ ଉଠିଛି। ନାରଦା ଷ୍ଟିଙ୍ଗ ମାମଲାରେ ମମତା ବାନାର୍ଜୀଙ୍କ ସରକାରଙ୍କ ୨ ମନ୍ତ୍ରୀଙ୍କୁ ସିବିଆଇ ଅଟକ ରଖିଛି। ଅପରପକ୍ଷରେ ଏହା ର ପ୍ରତିବାଦ କରି ମମତା ସିବିଆଇ ଅଫିସ ସାମ୍ନାରେ ଧାରଣା ଦେଇଛନ୍ତି। କାର୍ଯ୍ୟାନୁଷ୍ଠାନ ପାଇଁ ପୂର୍ବରୁ ରାଜ୍ୟପାଳ ଜଗଦୀପ ଧନକର ସିବିଆଇକୁ ଅନୁମତି ଦେଇଥିଲେ।

ସିବିଆଇ ନାରଦା ଷ୍ଟିଙ୍ଗ ମାମଲାରେ ସିବିଆଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ସିବିଆଇ ମମତାଙ୍କ ସରକାରରେ ମନ୍ତ୍ରୀ ଥିବା ଫିରହାଦ ହାକିମ, ସୁବ୍ରତ ମୁଖାର୍ଜୀ ଓ ବିଧାୟକ ମଦନ ମିତ୍ରଙ୍କୁ ଅଟକ ରଖିଛି। ଏହି ମାମଲାରେ କୋଲକାତାର ପୂର୍ବତନ ମେୟର ଶୋଭନ ଚାଟାର୍ଜୀଙ୍କୁ ମଧ୍ୟ ଅଟକ ରଖାଯାଇଛି।

ଅପରପକ୍ଷରେ ପୂର୍ବତନ ମେୟର ଶୋଭନ ଚାଟାର୍ଜୀଙ୍କୁ ଗିରଫ କରିବା ପାଇଁ ମମତା ସିବିଆଇକୁ ଆହ୍ୱାନ ଦେଇଛନ୍ତି ବୋଲି ତାଙ୍କ ଓକିଲ କହିଛନ୍ତି। ମନ୍ତ୍ରୀଙ୍କୁ ଅଟକ ରଖିବା ସମ୍ପୂର୍ଣ୍ଣ ବେଆଇନ ବୋଲି ମମତା କହିଛନ୍ତି। ଅପରପକ୍ଷରେ ସିବିଆଇ ଅଫିସ ସାମ୍ନାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Leave A Reply

Your email address will not be published.