Odisha Link
Bridging the Missing Links in Odisha

ବର୍ତ୍ତମାନ ରାଜ୍ୟରେ ସଂକ୍ରମଣ ଟିକେ କମିଛି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

୨ରୁ ୮ ସପ୍ତାହ ମଧ୍ୟରେ ଲକଡାଉନର ପ୍ରଭାବ ଜଣାପଡ଼ିବ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ନେଇ ପ୍ରତିକିୟା ରଖିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର। ସେ କହିଛନ୍ତି ଯେ, ବର୍ତ୍ତମାନ ସଂକ୍ରମଣ ଟିକେ କମିଛି। ୧୦ରୁ ୧୨ ହଜାର ଭିତରେ ରହୁଛି। ଟ୍ରାନ୍ସମିଶନ ଚେନ ବ୍ରେକ କରିବାକୁ ଲକଡାଉନ ଜରୁରୀ ଥିଲା। ୨ରୁ ୮ ସପ୍ତାହ ମଧ୍ୟରେ ଲକଡାଉନର ପ୍ରଭାବ ଜଣାପଡ଼ିବ। ସଂକ୍ରମଣ କମିବ।

ଗ୍ରାମାଞ୍ଚଳରେ ଅଙ୍ଗନବାଡ଼ି କର୍ମୀ, ଆଶା ଓ ଏଏନଏମଙ୍କୁ ନଜର ରଖିବା ପାଇଁ କୁହାଯାଇଛି। ଅଙ୍ଗନବାଡ଼ି କର୍ମୀ, ଆଶା ଓ ଏଏନଏମ ଘରକୁ ଘର ବୁଲି ଟେଷ୍ଟିଂ କରୁଛନ୍ତି। ସିଡିଏମଓ ଓ ଜିଲ୍ଲାପାଳ ରେଗୁରାଲ ଆସେସମେଣ୍ଟ କରୁଛନ୍ତି। ଗାଁମାନଙ୍କରେ ସାମାନ୍ୟତମ ଅଧିକ ସଂକ୍ରମଣ ଅଛି। ବିଶେଷ ଅଧିକ ନାହିଁ। ବର୍ତ୍ତମାନ ଗାଁ ମାନଙ୍କରେ ୫୫ରୁ ୬୦ ପ୍ରତିଶତ ସଂକ୍ରମଣ ଅଛି ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ଆଉ ୧୦୭୫୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୬୦୨୪ ଜଣ ଥିବାବେଳେ ସ୍ଥାନୀୟ ସଂସ୍ପର୍ଶରେ ଆସି ୪୭୩୩ ଜଣ ସଂକ୍ରମିତ ହୋଇଛନ୍ତି। ଏଯାବତ ରାଜ୍ୟରେ ୬ ଲକ୍ଷ ୨୨ ହଜାର ୯୮୧ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି।

Leave A Reply

Your email address will not be published.