Odisha Link
Bridging the Missing Links in Odisha

କରୋନା ବୋଲି କିଛି ରୋଗ ନାହିଁ; ଆମେ ନିୟମ ରଜାକୁ ପୂଜା କରୁଛୁ, ଆମର କିଛି ହେବନି

କୋଭିଡ ଟେଷ୍ଟକୁ ଡଙ୍ଗରିଆ ଆଦିବାସୀଙ୍କ ବିରୋଧ

ରାୟଗଡ଼ା: ମହାମାରୀ କରୋନା କାୟା ବିସ୍ତାର କରି ଅଣାୟତ୍ତ କରୁଥିବା ବେଳେ ଏକ ଆଶ୍ଚର୍ଯ୍ୟ ଚକିତ କରୁଥିବା ଭଳି ଘଟଣା ସାମ୍ନାକୁ ଆସିଛି। ସାରା ବିଶ୍ବରେ ପିଲାଠୁ ବୁଢ଼ା ସମସ୍ତେ ଉଣା ଅଧିକେ ମହାମାରୀ କରୋନାର କରାଳ ରୂପ ପ୍ରତିଦିନ ଦେଖିଥିବା ବେଳେ କରୋନା ବୋଲି ସେମିତି କିଛି ରୋଗ ନାହିଁ। ଆମକୁ ସେ ରୋଗ ହେବନାହିଁ।  ଆମେ ନିୟମ ରଜାକୁ ପୂଜା କରୁଛୁ। ଆମର କିଛି ହେବନି ଏମିତି ଅନ୍ଧବିଶ୍ବାସ ପରି ଘଟଣା ଦେଖିବାକୁ ମିଳିଛି।

ନିୟମଗିରି ସୁରକ୍ଷା ମଞ୍ଚ ସଭାପତି  ସିକଦା ଲଦ  କହିଛନ୍ତି, କରୋନା କଣ?  କରୋନା ବୋଲି କିଛି ରୋଗ ନାହିଁ। ଆମକୁ ସେ ରୋଗ ହେବନାହିଁ। ଆମେ ନିୟମ ରଜାକୁ ପୂଜା କରୁଛୁ। ଆମର କିଛି ହେବନି।

ଅନ୍ୟପଟେ, କରୋନା କବଳରୁ ବର୍ତ୍ତି ପାରିନାହାନ୍ତି ଡଙ୍ଗରିଆ ସମ୍ପ୍ରଦାୟ। ପୂର୍ବଘାଟ ପର୍ବତମାଳାର ନିୟମଗିରିରେ ବାସ କରୁଥିବା ୪ଟି ଡଙ୍ଗରିଆ ଗାଁକୁ ବ୍ୟାପିଛି କରୋନା। ପାରସାଲୀ ସରପଞ୍ଚଙ୍କ ସମେତ ଫାକେରୀ, ଚୁଡ଼ୁଣି, ଟେବାପଡ଼ା ଓ ନିର୍ଗୁଣ୍ଡି ଗ୍ରାମର ୧୯ ଡଙ୍ଗରିଆ ରବିବାର ସୁଦ୍ଧା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଡଙ୍ଗରିଆଙ୍କୁ କରୋନା ଛୁଇଁବା ପରେ ସ୍ଥିତି କିଭଳି ନିୟନ୍ତ୍ରଣ ହେବ ତାକୁ ନେଇ ପ୍ରଶାସନ ଚିନ୍ତାରେ ଥିବାବେଳେ ଡଙ୍ଗରିଆ ଆଦିବାସୀ କିନ୍ତୁ କୋଭିଡ ଟେଷ୍ଟକୁ ବିରୋଧ କରିଛନ୍ତି। ପାରସାଲୀରେ ମେଡିକାଲ ଟିମ ଲୋକଙ୍କୁ ବୁଝାସୁଝା କଲେ ବି ଡଙ୍ଗରିଆ ଆଦିବାସୀ ସହଯୋଗ କରୁନଥିବା ଜଣାଯାଇଛି।  ତେବେ ଲୋକଙ୍କୁ ବୁଝରସୁଝା ଉଦ୍ୟମ ଜାରି ରହିବ ବୋଲି ବିଡିଓ କାଳୁଚରଣ ନାୟକ କହିଛନ୍ତି।

Leave A Reply

Your email address will not be published.