Odisha Link
Bridging the Missing Links in Odisha

ନିଷ୍ଠୁର କରୋନା: ଚତୁର୍ଥୀ ହୋମ ନିଆଁ ଲିଭିବା ପୂର୍ବରୁ ଜଳିଲା ଜୁଇ

ଚତୁର୍ଥୀ ବାସିଦିନ କରୋନାରେ ଜୀବନ ହାରିଲେ ନବବିବାହିତ ଯୁବକ

ରାଜକନିକା: ପାଦରୁ ଅଳତା ଲିଭି ନଥିବା ବେଳେ ମହାମାରୀ କରୋନା ପୋଛି ଦେଲା ନବବଧୂ ମଥାରୁ ସିନ୍ଦୂର। ସଂସାର ଗଢ଼ିବା ଆଗରୁ କରୋନା ଭାଙ୍ଗଦେଲା ସବୁ ସ୍ୱପ୍ନ ଓ ଆଶା। ଚତୁର୍ଥୀ ବାସିଦିନ କରୋନାରେ ଜୀବନ ହାରିଲେ ନବବିବାହିତ ଯୁବକ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ଦୁର୍ଗାଦେବୀପଡା ଗ୍ରାମରେ।

ରାଜକନିକା ଥାନା ଦୂର୍ଗାଦେବୀପଡା ଗାଁର ସଞ୍ଜୟ କୁମାର ନାୟକ ଵେଙ୍ଗାଲୁରରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ସଞ୍ଜୟଙ୍କ ବାହାଘର ରାଜକନିକାର ଓଳାଭର ଅଞ୍ଚଳର ଏକ ଗାଁରେ ସ୍ଥିର ହୋଇଥିଲା। ଗତ ୯ ତାରିଖ ଦିନ ତାଙ୍କର ବିବାହ ମଧ୍ୟ ଅନୁଷ୍ଠିତ ହୋଇଥିଲା। ହେଲେ ସଞ୍ଜୟ ବେଙ୍ଗାଲୁରୁରୁ ଫେରିବା ପରେ ଅସୁସ୍ଥ ଅନୁଭବ କରୁଥିଲେ। ଥଣ୍ଡା, ଜ୍ୱର ହେବା ସହ କାଶ ଲାଗି ରହିଥିଲା। ମେଡିସିନ ଖାଇବା ପରେ ମଧ୍ୟ ଜ୍ୱର କମିନଥିଲା। ଅସୁସ୍ଥତା ସତ୍ତ୍ବେ ମଧ୍ୟ ବିବାହ ଅନୁଷ୍ଠିତ ହୋଇଥିଲା।

ଚତୁର୍ଥୀ ରାତିରେ ହିଁ ସଞ୍ଜୟଙ୍କ ଦେହ ଅଧିକ ଅସୁସ୍ଥ ହୋଇପଡ଼ିଥିଲା। ଘଡ଼ିକୁ ଘଡ଼ି ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯିବାରୁ ପରିବାର ଲୋକେ ଚତୁର୍ଥୀବାସି ଦିନ ତାଙ୍କୁ ଯାଜପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ସ୍ବାସ୍ଥ୍ୟବସ୍ଥାରେ କିଛି ସୁଧାର ନଆସିବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି