Odisha Link
Bridging the Missing Links in Odisha

ଶବକୁ ଅସମ୍ମାନ: ଟାୟାର ଜାଳି ଅନ୍ତିମ ସଂସ୍କାର, ଭିଡିଓ ଭାଇରାଲ୍

୫ ପୁଲିସ୍ କର୍ମୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ କରି ସସପେଣ୍ଡ

ଲକ୍ଷ୍ନୌ: ଗଙ୍ଗାନଦୀରେ ଶବ ଭାସିବା ଘଟଣା ସାମନାକୁ ଆସିବା ପରେ ଉତ୍ତର ପ୍ରଦେଶର ବିଭିନ୍ନ ଘାଟରେ ପୋଲିସ୍ ଅଧିକାରୀ ମାନଙ୍କୁ ମୁତୟନ କରାଯାଇଛି। ଯେପରି କୌଣସି ଲୋକ ଶବକୁ ପାଣିରେ ବିସର୍ଜନ ନ କରନ୍ତି ସେ ଉପରେ ନଜର ରଖିବାକୁ ପୁଲିସ୍ ଅଧିକାରୀ ମାନଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ଏହା ଭିତରେ ପୁଲିସ୍ କର୍ମୀଙ୍କ ଉପସ୍ଥିତିରେ ଅଜଣା ମୃତଦେହକୁ ଗଙ୍ଗା ଘାଟରେ ଅନ୍ତିମ ସଂସ୍କାର କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେଇଛି।

ଏହି ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳିଛି ଯେ ଜଳୁଥିବା ଜୁଇରେ କାଠ ବଦଳରେ ଟାୟାର୍ ପକାଇ ଜଳାଯାଉଛି। ସେହିପରି କିପରି ଜୁଇ ଅଧିକ ଜଳିବ, ସେଥିପାଇଁ ଏହା ଉପରେ ପେଟ୍ରୋଲ୍ ଓ ଡିଜେଲର ବ୍ୟବହାର କରାଯାଉଛି। ବାଲିଆର ପୁଲିସ୍ ଅଧୀକ୍ଷକ ବିପିନ ତାଡା ୫ ପୁଲିସ୍ କର୍ମୀଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ କରି ସସପେଣ୍ଡ କରିଛନ୍ତି। ଏବେ ଏହି ମାମଲାର ପୂରା ତଦନ୍ତ ଏଏପସି କରୁଛନ୍ତି

ଶବଗୁଡ଼ିକୁ ସମ୍ମାନର ସହ ଅନ୍ତିମ ସଂସ୍କାର ପାଇଁ ସରକାରଙ୍କ ତରଫରୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସେହି ଶବଗୁଡ଼ିକ ପଚି ଯାଇଥିଲା ଏବଂ ଖୁବ୍ ଦୁର୍ଗନ୍ଧ କରୁଥିଲା। ଏପରିକି ଏହି ଶବଗୁଡ଼ିକୁ ଜଳାଇବା ପାଇଁ ପାଖରେ କାଠ ନଥିଲା। ଯେଉଁକାରଣରୁ ପୁଲିସକର୍ମୀଙ୍କୁ ଏଭଳି ଉପାୟ ଆପଣାଇଥିବା କୁହାଯାଉଛି।

ମିଡିଆ ରିପୋର୍ଟ ମୁତାବକ, ପଶ୍ଚିମରୁ ନେଇ ପୂର୍ବ ଓ ମଧ୍ୟ ୟୁପି ପର୍ଯ୍ୟନ୍ତ, ସବୁ ସ୍ଥାନରେ ପରିସ୍ଥିତି ଭୟାବହ ରହିଛି। ଗଙ୍ଗାର ଗୋଟିଏ ଗୋଟିଏ ଘାଟରେ ୪୦୦ରୁ ୫୦୦ ଶବ ପୋତା ଯାଉଥିବା ଖବର ମିଳିଛି। କରୋନାର ଦ୍ୱିତୀୟ ଲହରରେ ମୃତ୍ୟୁର ଭୟଙ୍କର ଚିତ୍ର ଗଙ୍ଗା ନଦୀରେ ଦେଖିବାକୁ ମିଳିଛି। ୟୁପିର ବାଲିଆ ଜନପଦର ମାଲଦେପୁର ଘାଟରେ ତିନୋଟି ଶବ ଭାସି କୂଳରେ ଲାଗିଥିବା ଦେଖିବାକୁ ମିଳିଥିଲା, ଯାହାକୁ କୁକୁର ଖାଉଥିଲେ।

Leave A Reply

Your email address will not be published.