Odisha Link
Bridging the Missing Links in Odisha

ନିଷ୍ଠୁର କରୋନା: ଗୋଟେ ଦିନରେ ଚାଲିଗଲା ଦୁଇ ଯାଆଁଳା ଭାଇଙ୍କ ଜୀବନ

ସା‌ଙ୍ଗରେ ଆସି ସାଙ୍ଗରେ ବୁଜିଲେ ଆଖି

ମିରଟ: କାୟା ମେଲାଉଛି ମହାମାରୀ କରୋନା। ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ବଢ଼ୁଥିବା ବେଳେ ଥମୁନାହିଁ ମୃତ୍ୟୁହାର। ଛୁଆଠାରୁ ମାତାପିତାଙ୍କୁ ଛଡାଇ ନେଉଥିବା ବେଳେ କହାର କୋଳଶୂନ୍ୟ କରୁଛି ପ୍ରାଣଘାତୀ କରୋନା। ଏହାରି ମଧ୍ୟରେ କରୋନାରେ ଗୋଟେ ଦିନରେ ଦୁଇ ଯାଆଁଳା ଭାଇଙ୍କ ଜୀବନ ନେଇଛି କରୋନା। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ମିରଟରେ ସହରରେ।

ପରିବାରର କରୋନାରେ ଦୁଇ ଯାଆଁଳା ପୁଅଙ୍କୁ ହାରାଇ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡିଛି। ଏକା ସାଙ୍ଗରେ ଦୁହେଁ ଆସିଥିବା ବେଳେ ଏବେ ଏକା ସାଙ୍ଗରେ ସଂସାରରୁ ବିଦାୟ ନେଇଛନ୍ତି।

ସୂଚନା ମୁତାବକ, ଜୋଫ୍ରେଡ୍ ଭାର୍ଗେଜ ଗ୍ରେଗୋରୀ ଏବଂ ରାଲଫ୍ରେଡ୍ ଜର୍ଜ ଗ୍ରେଗୋରୀ ଦୁହେଁ ଇଞ୍ଜିନିଅର ଥିଲେ ଏବଂ ଘରୁ କାମ କରୁଥିଲେ। ଏପ୍ରିଲ ୨୩ରେ ଦୁହିଁଙ୍କର ଜନ୍ମଦିନ ଥିବା ବେଳେ ଏହା ପରଦିନ ଦୁହେଁ କରୋନା ଆକ୍ରାନ୍ତ ହୋଇଥିଲେ। ଅବସ୍ଥା ବିଗିଡ଼ିବାରୁ ଦୁହିଁଙ୍କୁ ଆନନ୍ଦ ହସ୍ପିଟାଲରେ ମେ’ ୧ରେ ଭର୍ତ୍ତି କରାଯାଇଥିଲା।

ମେ’ ୧୦ରେ ଦୁହେଁ ସୁସ୍ଥ ହୋଇ ଘରକୁ ଫେରିଥିଲେ ମଧ୍ୟ ମେ’ ୧୩ରେ ଦୁହିଁଙ୍କର ନିଶ୍ୱାସ ନେବାରେ ସମସ୍ୟା ହେବାରୁ ଦୁହିଁଙ୍କର ମୃତ୍ୟୁ ଘଟିଥିଲା। ଘରେ ଏବେ ବଡ଼ ପୁଅ ଥିବା ବେଳେ ସେ ମଧ୍ୟ କରୋନା ପଜିଟିଭ ଥିବା ଜଣାପଡିଛି।

Leave A Reply

Your email address will not be published.