Odisha Link
Bridging the Missing Links in Odisha

ଦିନକରେ ୧୧,୧୦୮ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଅଣାୟତ୍ତ କରୋନା ସଂକ୍ରମଣ। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ବଢ଼ିବାରେ ଲାଗିଛି। ଏସବୁ ମଧ୍ୟରେ ୨୪ ଘଣ୍ଟାରେ ରାଜ୍ୟରୁ ୧୧,୧୦୮ ଜଣ ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୭୯,୫୩୦ରେ ପହଁଞ୍ଚିଛି। ଦିନକରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬୨୧୯ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୪୮୮୯ ଜଣ ସ୍ଥାନୀୟ ବାସିନ୍ଦା ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୮୬୪ ଜଣ, ବାଲେଶ୍ୱର ଜିଲ୍ଲାରୁ ୫୦୯ଜଣ, ବରଗଡ଼ ଜିଲ୍ଲାରୁ ୩୩୯ଜଣ, ଭଦ୍ରକ ଜିଲ୍ଲାରୁ ୪୮୯ ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୯୮ ଜଣ, ବୌଦ୍ଧ ଜିଲ୍ଲାରୁ ୨୭୩ ଜଣ, କଟକ ଜିଲ୍ଲାରୁ ୯୪୪ ଜଣ, ଦେଓଗଡ଼ ଜିଲ୍ଲାରୁ ୧୨୫ ଜଣ, ଢେଙ୍କାନାଳ ଜିଲ୍ଲାରୁ ୧୩୧ ଜଣ, ଗଜପତି ଜିଲ୍ଲାରୁ ୧୫୭ ଜଣ, ଗଞ୍ଜାମ ଜିଲ୍ଲାରୁ ୨୧୪ ଜଣ, ଜଗତସିଂହପୁର ଜିଲ୍ଲାରୁ ୩୧୮ଜଣ, ଯାଜପୁର ଜିଲ୍ଲାରୁ ୩୯୬ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୧୧୩ ଜଣ, କଳାହାଣ୍ଡି ଜିଲ୍ଲାରୁ ୩୯ ଜଣ, କନ୍ଧମାଳ ଜିଲ୍ଲାରୁ ୧୩୨ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୫୦ ଜଣ, କେନ୍ଦୁଝର ଜିଲ୍ଲାରୁ ୧୬୯ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୪୫୧ ଜଣ, କୋରାପୁଟ ଜିଲ୍ଲାରୁ ୨୫୧ ଜଣ, ମାଲକାନାଗିରି ଜିଲ୍ଲାରୁ ୧୦୦ ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୬୩୫ ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୫୭ ଜଣ, ନୟାଗଡ଼ ଜିଲ୍ଲାରୁ ୩୩୨ ଜଣ, ନୂଆପଡ଼ା ଜିଲ୍ଲାରୁ ୧୧୪ ଜଣ, ପୁରୀ ଜିଲ୍ଲାରୁ ୪୭୩ ଜଣ, ରାୟଗଡ଼ା ଜିଲ୍ଲାରୁ ୨୦୯ ଜଣ, ସମ୍ବଲପୁର ଜିଲ୍ଲାରୁ ୩୮୪ ଜଣ, ସୋନପୁର ଜିଲ୍ଲାରୁ ୧୮୦ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୭୦୮ ଜଣ , ଷ୍ଟେଟ୍‌ ପୁଲ୍‌ରୁ ୨୫୪ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬,୭୯,୫୩୦ରେ ପହଁଞ୍ଚିଛି। ସେ ମଧ୍ୟରୁ ୧,୦୯,୬୩୯ ଜଣ ସକ୍ରିୟ ଆକ୍ରାନ୍ତ ଥିବାବେଳେ ୫,୬୭,୩୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୧,୧୨,୪୧,୪୦୮ ଟେଷ୍ଟ କରାଯାଇଛି।

Leave A Reply

Your email address will not be published.