Odisha Link
Bridging the Missing Links in Odisha

ବାତ୍ୟାରେ ଓପିଟିସିଏଲ କର୍ମଚାରୀଙ୍କ ମୃତ୍ୟୁ ହେଲେ ମିଳିବ ଅନୁକମ୍ପା ରାଶି

ଭୁବନେଶ୍ୱର: ସ୍ଥଳଭାଗ ମୁହାଁ ହେଉଛି ବାତ୍ୟା ୟାସ୍। ବାତ୍ୟାକୁ ଦୃଷ୍ଟିରେ ରଖି ଓପିଟିସିଏଲ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ଘୋଷଣା କରାଯାଇଛି। ୟାସ୍‌ ବାତ୍ୟା ପରେ ବିଦ୍ୟୁତ ସରବରାହ ସ୍ବାଭାବିକ କରିବାକୁ କାମ କରିବେ ଓପିଟିସିଏଲ କର୍ମଚୀରୀ। ଏହି ସମୟରେ ଯଦି କୌଣସି ବିଦ୍ୟୁତ କର୍ମଚାରୀଙ୍କ ମୃତ୍ୟୁ ହୁଏ ତେବେ ବିଦ୍ୟୁତ କର୍ମଚାରୀଙ୍କ ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା କରାଯାଇଛି।

ସେହିପରି ଯଦି ବାତ୍ୟା ମୁକାବିଲା ସମୟରେ କୌଣସି କର୍ମଚାରୀ ଆହତ ହୁଅନ୍ତି। ହେଲେ ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ଓପିଟିସିଏଲ ବହନ କରିବ। ଏଥିସହ ସରକାରୀ ନିୟମ ଅନୁସାରେ ଅନ୍ୟ ଯୋଜନାରେ ମଧ୍ୟ ଲାଭବାନ ହେବେ ବୋଲି ଓପିଟିସିଏଲ୍‌ ଘୋଷଣା କରିଛି।

Leave A Reply

Your email address will not be published.