Odisha Link
Bridging the Missing Links in Odisha

ପାରାଦୀପ ଠାରୁ ୨୨୦ କିମି ଦୂରରେ ବାତ୍ୟା ‘ୟାସ୍’

ଭୁବନେଶ୍ବର: ସ୍ଥଳଭାଗ ଆଡ଼କୁ ମୁହାଁଉଛି ବାତ୍ୟା ‘ୟାସ୍’। ପ୍ରବଳ ବାତ୍ୟାର ରୂପ ନେଲାଣି ସାମୁଦ୍ରିକ ବାତ୍ୟା ୟାସ୍। ସଂଧ୍ୟା ସୁଦ୍ଧା ଏହା ଅତି ପ୍ରବଳ ବାତ୍ୟାର ରୂପ ନେବ। ବର୍ତ୍ତମାନ ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ ବାତ୍ୟା ପାରାଦୀପ ଠାରୁ ୨୨୦ କିମି ଦୂରରେ ରହିଛି। ବାତ୍ୟା ୟାସ୍‌ ଧାମରା ଚାନ୍ଦବାଲି ମଧ୍ୟରେ ଲ୍ୟାଣ୍ଡଫଲ କରିବ।

ଗତ କାଲି ଲ୍ୟାଣ୍ଡଫଲ କରିବ ବାତ୍ୟା ୟାସ୍‌। ସଠିକ୍ ଭାବେ କେଉଁ ଅଞ୍ଚଳରେ ଏହା ଲ୍ୟାଣ୍ଡଫଲ୍ କରିବ ସେ ନେଇ ଆଜି ସୂଚନା ମିଳିବ। ଲ୍ୟାଣ୍ଡଫଲ ସମୟରେ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ବେଗରେ ପବନ ବୋହିପାରେ। ଏପରିକି ସ୍ଥାନେ ସ୍ଥାନେ ସର୍ବାଧିକ ୧୮୫ କିଲୋମିଟର ବେଗରେ ପବନ ବହିବା ସାଙ୍ଗକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ।

ବାତ୍ୟା ୟାସ୍‌  ପ୍ରଭାବର ବାଲେଶ୍ୱର, ଭଦ୍ରକ, ଜଗତ୍ସିଂହପୁର ଏବଂ କେନ୍ଦ୍ରାପଡ଼ାରେ ବାତ୍ୟାର ପ୍ରଭାବ ଅଧିକ ପଡ଼ିବ। ବାତ୍ୟା ପ୍ରଭାବରେ ଉପକୂଳ ଅଞ୍ଚଳରେ ବର୍ଷା ସହ ପବନ ଜାରି ରହିଛି।

Leave A Reply

Your email address will not be published.