Odisha Link
Bridging the Missing Links in Odisha

କରୋନିଲକୁ ନେଇ ଅଙ୍ଗୁଳି ଉଠାଇଲା ଆଇଏମ୍ଏ

ପତଞ୍ଜଳୀ ଔଷଧ ମନୁଷ୍ୟ ତ ଦୂରର କଥା ଜଳଚର ପ୍ରାଣୀଙ୍କ ଉପରେ ଠିକ ଭାବେ ପରୀକ୍ଷଣ କରଯାଉନି

ଉତ୍ତରାଖଣ୍ଡ: ବାବା ରାମଦେବଙ୍କ ପିଛା ଛାଡୁନି ବିବାଦ। ପତଞ୍ଜଳିର କରୋନିଲ ଔଷଧ ନେଇ ଅଙ୍ଗୁଳି ଉଠାଇଲା ଇଣ୍ଡିଆନ ମେଡିକାଲ ଆସୋସିଏସନ। ଆଇଏମ୍ଏ ଦାବି କରିଛି ଯେ, ପତଞ୍ଜଳୀ ଔଷଧ ମନୁଷ୍ୟ ତ ଦୂରର କଥା ଜଳଚର ପ୍ରାଣୀଙ୍କ ଉପରେ ଠିକ ଭାବେ ପରୀକ୍ଷଣ କରଯାଉନି।

ଉତ୍ତରାଖଣ୍ଡର ନଦୀରେ ମିଳୁଥିବା ଜେବ୍ରା ମାଛ ଉପରେ କରୋନିଲ ପରୀକ୍ଷଣ କରାଯାଇଥିଲା। ହେଲେ ଏହା ସଂପୂର୍ଣ୍ଣ ରୂପେ ହୋଇନଥିବା କହିଛନ୍ତି ଆଇଏମଏ ଉତ୍ତରାଖଣ୍ଡର ସଚିବ ଡକ୍ଟର ଅଜୟ ଖାନ୍ନା। ସେ କହିଛନ୍ତି ଯେ ନିଜର ପତ୍ରିକା ପାଇଥୋମେଡିସିନ୍ ଏକଥା ସୂଚନା ରହିଛି। ଏହାସହ ସେ କହିଛନ୍ତି ଯେ ନିୟମ ଅନୁଯାୟୀ ଯେଉଁ ଔଷଧକୁ ମାଛ ଉପରେ ପରୀକ୍ଷଣ କରାଯାଏ ତାକୁ ମଣିଷ ଉପରେ ପରୀକ୍ଷଣ କରାଯାଏନି। ତାଙ୍କ ମତରେ ମାଛ ଉପରେ ବି ସଠିକ ଭାବେ ପରୀକ୍ଷଣ କରାଯାଇନି।

ଗୋଟିଏ ମାଛକୁ କରୋନା ସଂକ୍ରମିତ କରିବା ପରେ ତାକୁ କରୋନିଲ ଦିଆଯାଇଥିଲା। ଏହା ଜାଣିବା ପାଇଁ ଯେ, ସେ ମାଛଟି ଭାଇରସ ମୁକ୍ତ ହେଉଛି କି ନାହିଁ। କିନ୍ତୁ ଏହା କରାଯାଇନଥିଲା। ପତ୍ରିକାରେ ପ୍ରକାଶିତ ଏକ କାଗଜରେ ସେ ମାଛକୁ ସ୍ପାଇକ୍ ପ୍ରୋଟିନ୍ ଦେବା ବିଷୟରେ ଲେଖିଛନ୍ତି। ଡାକ୍ତର ଖାନ୍ନା କହିଛନ୍ତି ଯେ, ଏହି ଅନୁସନ୍ଧାନ ସମ୍ପୂର୍ଣ୍ଣ ଭୁଲ ଅଟେ। ଏଭଳି ପରିସ୍ଥିତିରେ, କରୋନିଲ ବିଷୟରେ ପତଞ୍ଜଳି ଏବଂ ବାବା ରାମଦେବଙ୍କ କୌଣସି ଦାବି କରିବା ଭୁଲ ଅଟେ।

Leave A Reply

Your email address will not be published.