Odisha Link
Bridging the Missing Links in Odisha

ସ୍ତ୍ରୀଙ୍କ ମୃତଦେହ ନେଇ ଫେରିବାବେଳେ ସ୍ୱାମୀଙ୍କ ମୃତ୍ୟୁ

ବଲାଙ୍ଗୀର: ଏମିତି ବି ଆସେ ମୃତ୍ୟୁ। ବୁର୍ଲାରୁ ସ୍ତ୍ରୀର ମୃତଦେହ ନେଇ ଫେରୁଥିବା ବେଳେ ଆମ୍ବୁଲାନ୍ସ ଦୁର୍ଘଟଣା। ଦୁର୍ଘଟଣାରେ ମୃତ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ଘଟିଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଥାନା ଅନ୍ତର୍ଗତ ଝୁଲେନବର ଓ ପାଢେଲ ଗ୍ରାମ ନିକଟରେ। ଦୁର୍ଘଟଣା ଗ୍ରସ୍ତ ଆମ୍ବୁଲାନ୍ସରୁ ୨ଟି ମୃତ ଦେହ ଉଦ୍ଧାର ହୋଇଛି।

ସୂଚନା ମୁତାବକ, ଆଜି ସକାଳୁ ଭାରସାମ୍ୟ ହରାଇ ଆମ୍ବୁଲାନ୍ସଟି ଦୁର୍ଘଟଣା ଘଟିଥିବା ଜଣାପଡିଛି। ମୃତକ ୨ ଜଣ ହେଲେ ତୁରେକେଲା ବ୍ଲକ ଅନ୍ତର୍ଗତ ଲର୍କି ଗ୍ରାମର ବିପିନ ସେଠ ଏବଂ ତାଙ୍କ ପତ୍ନୀ ସାଏବାନୀ ସେଠ। ସାଏବାନୀ ପାରାଲିସିସ ରୋଗରେ ପୀଡିତ ଥିଲେ ଏବଂ ଗତ କିଛି ଦିନ ହେବ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ଗତକାଲି ଚିକିତ୍ସତ ଅବସ୍ଥାରେ ବୁର୍ଲା ମେଡିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା। ସ୍ତ୍ରୀଙ୍କ ମୃତଦେହକୁ ନେଇ ଗାଁକୁ ଫେରୁୁଥିବା ସମୟରେ ଆମ୍ବୁଲାନ୍ସ ଏକ ଗଛରେ ପିଟି ହୋଇ ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣା ଫଳରେ ଆମ୍ବୁଲାନ୍ସ ଆଗ ପଟେ ବସିଥିବା ବିପିନଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଆମ୍ବୁଲାନ୍ସ ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି। ଖବର ପାଇ ପାଟଣାଗଡ ପୋଲିସ ଏବଂ ଦମକଳ ବାହିନୀ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ସ୍ୱାମୀ ସ୍ତ୍ରୀଙ୍କ ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ ହୋଇଛି।

Leave A Reply

Your email address will not be published.