Odisha Link
Bridging the Missing Links in Odisha

ଭିଜିଲାନ୍ସ ଜାଲରେ ଟିଡିସିସି ଜିଲ୍ଲା ପରିଚାଳକ

ସୁନ୍ଦରଗଡ: ଭିଜିଲାନ୍ସ ଜାଲରେ ରାଉରକେଲା ଟିଡିସିସି ଜିଲ୍ଲା ପରିଚାଳକ। ଆଜି ସକାଳୁ ଟିଡିସିସି ଜିଲ୍ଲା ପରିଚାଳକ ଜୟପ୍ରକାଶ ମହାନ୍ତି ୧୯ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ ଧରିଲା ଭିଜିଲାନ୍ସ। ଭୁବନେଶ୍ୱର ବାସଭବନକୁ ଯାଉଥିବା ବେଳେ ଭିଜିଲାନ୍ସ ଚଢାଉ।

ଜୟପ୍ରକାଶ ନିଜ ସରକାରୀ ଗାଡିରେ ୧୯ ଲକ୍ଷ ଟଙ୍କା ନେଇ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ସୁନ୍ଦରଗଡ଼ ଭିଜିଲାନ୍ସ ଡିଏସପି ସୁଧାଂଶୁ ପୂଜାରୀଙ୍କ ନେତୃତ୍ଵରେ ଏକ ଟିମ ତାଙ୍କୁ ପିଛା କରି ମସ୍ନିକାନୀ ଟୋଲ୍ ପ୍ଲାଜାରେ ଅଟକାଇ ଯାଞ୍ଚ କରିଥିଲେ। ଟିମ ପ୍ରାଥମିକ ଭାବେ ପଚରାଉଚୁରା କରିଥିଲେ ମଧ୍ୟ ସେ ଟଙ୍କା ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ। ଶେଷରେ ଭିଜିଲାନ୍ସ ତାଙ୍କୁ ଅଫିସକୁ ଆଣି ଅଧିକ ତଦନ୍ତ ଆରମ୍ଭ କରିଛି।

ଭିଜିଲାନ୍ସ ୧୯ ଲକ୍ଷ ଟଙ୍କା ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ସୁନ୍ଦରଗଡ ଜିଲ୍ଲା TDCC ଅଫିସ ଓ ଭୁବନେଶ୍ବର ବାସଭବନରେ ମଧ୍ୟ ଯାଞ୍ଚ କରୁଛି ଭିଜିଲାନ୍ସ ବିଭାଗ। ଏନେଇ ଭୁବନେଶ୍ୱର ଡିଏସପି ବୀରେନ୍ଦ୍ର କୁମାର ନାୟକସୂଚନା ଦେଇଛନ୍ତି।

Leave A Reply

Your email address will not be published.