Odisha Link
Bridging the Missing Links in Odisha

ନାବାଳିକାକୁ ଧର୍ଷଣ, ବନ୍ଧାହେଲେ ମୌଲବୀ

ନୂଆଦିଲ୍ଲୀ: ଉତ୍ତରପୂର୍ବ ଦିଲ୍ଲୀର ଏକ ମସ୍‌ଜିଦ ଭିତରେ ଜଣେ ୧୨ ବର୍ଷର ନାବାଳିକାକୁ ବଳାତ୍କାର କରିବା ଅଭିଯୋଗରେ ଦିଲ୍ଲୀ ପୁଲିସ ଜଣେ ମୌଲବୀଙ୍କୁ ଗିରଫ କରିଛି। ଗତ ରବିବାର ଦିନ ଝିଅଟି ପାଣି ନେବା ପାଇଁ ମସ୍‌ଜିଦ ଭିତରକୁ ଆସିଥିବା ବେଳେ ମୌଲବୀ ତାକୁ ଧର୍ଷଣ କରିଥିଲେ ବୋଲି ପୁଲିସ ଗଣମାଧ୍ୟମକୁ ସୂଚନା ଦେଇଛି।

ମୌଲବୀର ବୟସ ୪୮ ବର୍ଷ। ସେ ବିବାହିତ ହୋଇଥିବା ବେଳେ ୪ ସନ୍ତାନର ପିତା ବୋଲି ପୁଲିସ ସୂଚନା ଦେଇଛି। ମୌଲବୀର ଘର ରାଜସ୍ଥାନର ଭରତପୁରରେ ହୋଇଥିବା ବେଳେ ଏଠାରେ ସେ ଗାଜିଆବାଦର ଲୋନୀରେ ରହୁଥିଲା। ଏଠାରେ ଏକ ମସ୍‌ଜିଦରେ ସେ ପୂଜକ ଭାବେ କାର୍ଯ୍ୟ କରୁଥିବା ବେଳେ ଏକୁଟିଆ ଝିଅଟିକୁ ପାଇ ପାଶବିକତା ଦେଖାଇଥିଲା।

ରବିବାର ସଂଧ୍ୟାରେ ବଳାତ୍କାରର ଶିକାର କୁନି ଝିଅଟି ଘରକୁ ଫେରି ବାପାମା’ଙ୍କୁ ସବୁ ଘଟଣା କହିଥିଲା। ସେହିଦିନ ରାତିରେ ପୀଡ଼ିତାର ପରିବାର ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ପରଦିନ ପୁଲିସ ମୌଲବୀଙ୍କୁ ଗିରଫ କରିଥିଲା। ମୌଲବୀର ଜାମିନ ନାମଞ୍ଜୁର ହେବା ପରେ ତାକୁ ୧୪ ଦିନ ପାଇଁ ରିମାଣ୍ଡରେ ନେଇଛି ପୁଲିସ।

ଅନ୍ୟପଟେ ଏ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଆଖପାଖରେ ରହୁଥିବା ଲୋକେ ବିରୋଧ ପ୍ରଦର୍ଶନ କରିଛନ୍ତି। କିଛି ଅଘଟଣା ଏଡ଼ାଇବା ପାଇଁ ମସ୍‌ଜିଦ ପାଖରେ ପୁଲିସ ବଳ ମୁତୟନ ହୋଇଛନ୍ତି।

Leave A Reply

Your email address will not be published.