Odisha Link
Bridging the Missing Links in Odisha

ଜୁନ ୧୦ରେ ବଳୟ ସୂର୍ଯ୍ୟପରାଗ

ଭୁବନେଶ୍ୱର: ଆସନ୍ତା ଜୁନ ମାସ ୧୦ରେ ଚଳିତ ବର୍ଷର ପ୍ରଥମ ତଥା ଶେଷ ସୂର୍ଯ୍ୟ ପରାଗ। ପୃଥିବୀ, ଚନ୍ଦ୍ର ଓ ସୂର୍ଯ୍ୟର ଅବସ୍ଥିତିକୁ ଦୃଷ୍ଟିରେ ରଖି ତିନି ପ୍ରକାର ପରାଗ ସୃଷ୍ଟି ହୋଇଥାଏ। ଯାହାକୁ ଆଂଶିକ, ପୂର୍ଣ୍ଣ ଓ ବଳୟ ବୋଲି କୁହାଯାଏ। ଆସନ୍ତା ଜୁନ ୧୦ ତାରିଖରେ ଏହି ବଳୟ ସୃଷ୍ଟି ହେବାକୁ ଯାଉଛି।

ଏହି ବଳୟ ସୂର୍ଯ୍ୟ ପରାଗ ଉତ୍ତର କାନାଡ଼ା, ରୁଷିଆ ଏବଂ ଗ୍ରୀନଲ୍ୟାଣ୍ଡର କିଛି ଅଢ୍ଚଳରେ ଦୃଶ୍ୟମାନ ହେବ। ଭାରତୀୟ ସମୟ ପ୍ରାୟ ମଧ୍ୟାହ୍ନ ୧.୪୨ରେ ଆରମ୍ଭ ହୋଇ ସନ୍ଧ୍ୟା ୬. ୪୧ ବେଳକୁ ଶେଷ ହେବ ଓ ପ୍ରାୟ ଅପରାହ୍ନ ୪.୧୧ ସମୟରେ ସର୍ବାଧିକ ଘଟିବ। ସେହିପରି ପଠାଣି ସାମନ୍ତ ପ୍ଲାନୋଟୋରିୟମ ପକ୍ଷରୁ କୁହାଯାଇଛି କି, ସୂର୍ଯ୍ୟ ପରାଗର ଆରମ୍ଭ ଏବଂ ଶେଷ ସମୟ ବିଭିନ୍ନ ସ୍ଥାନରେ ପ୍ରାର୍ଥ୍ୟକ ରହିବ। ଏନେଇ ପଠାଣି ସାମନ୍ତ ପ୍ଲାନୋଟୋରିୟମ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି।

ସୂର୍ଯ୍ୟ ଚାରିପଟେ ପୃଥିବୀ କିମ୍ବା ପୃଥିବୀ ଚାରିପଟେ ଚନ୍ଦ୍ର ଏକ ନିର୍ଦ୍ଧିଷ୍ଠ କକ୍ଷ ପଥରେ ବୁଲନ୍ତି। ବେଳେ ବେଳେ ତିନୋଟି ପିଣ୍ଡ ଏକ ସରଳ ରେଖାରେ ରହିଥାନ୍ତି, ଯାହା ଫଳରେ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ପରାଗ ଘଟିଥାଏ। ସୂର୍ଯ୍ୟ ପରାଗ ସମୟରେ ପୃଥିବୀ ଓ ସୂର୍ଯ୍ୟ ମଝିରେ ଚନ୍ଦ୍ର ରହିଥାଏ। ଚନ୍ଦ୍ରର ଛାଇ ପଡୁଥିବା ଅଞ୍ଚଳରେ ଲୋକମାନେ କିଛି ସମୟ ପାଇଁ ସୂର୍ଯ୍ୟଙ୍କୁ ଦେଖିପାରନ୍ତି ନାହିଁ । ଫଳରେ ପରାଗ ସୃଷ୍ଟି ହୋଇଥାଏ।

Leave A Reply

Your email address will not be published.