Odisha Link
Bridging the Missing Links in Odisha

ସୋଆକୁ ଜାତୀୟ ସ୍ତରୀୟ ସ୍ୱଚ୍ଛତା ପୁରସ୍କାର

ଭୁବନେଶ୍ୱର: ସ୍ୱଚ୍ଛତା ଆକ୍ସନ୍ ପ୍ଲାନ୍ କାର୍ଯ୍ୟକ୍ରମରେ ଉତମ ପାରଦର୍ଶିତା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)କୁ ଖୋର୍ଦ୍ଧା ଜିଲ୍ଲା ନିମନ୍ତେ “ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍‌” ପୁରସ୍କାର ପାଇଁ ଚୟନ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ମହାତ୍ମା ଗାନ୍ଧି ନ୍ୟାସ୍‌ନାଲ୍ କାଉନ୍‌ସିଲ୍ ଅଫ୍ ରୁରାଲ୍ ଏଜୁକେସନ୍ ପକ୍ଷରୁ ଏହି ପୁରସ୍କାର ଦିଆଯାଏ।

“ସ୍ୱଚ୍ଛତା କ୍ଷେତ୍ରରେ ଆପଣଙ୍କର ଅବଦାନକୁ ଉଚ୍ଚ ପ୍ରଶଂସା କରାଯାଇଛି। ଏ ନେଇ ଆପଣଙ୍କୁ ଶୁଭେଚ୍ଛା ଜଣାଉଛୁ” ମନ୍ତ୍ରଣାଳୟ ପକ୍ଷରୁ ସୋଆକୁ ମିଳିଥିବା ପତ୍ର ମାଧ୍ୟମରେ କୁହାଯାଇଛି। ଆମେ ଆପଣଙ୍କୁ ‘ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ଗ୍ରୀନ୍ ଚାମ୍ପିଅନ୍‌’ ମାନ୍ୟତା ପ୍ରଦାନ କରୁଛୁ ବୋଲି ଏଥିରେ କୁହାଯାଇଛି।