Odisha Link
Bridging the Missing Links in Odisha

କରୋନା ପରେ ଏବେ ହନ୍ତା ଭାଇରସ୍

ମିସିଗନ: କରୋନା ମହାମାରୀ ପରେ ଏବେ ଆତଙ୍କ ସୃଷ୍ଟି କରିଛି ହନ୍ତା ଭାଇରସ୍। କରୋନା ସଂକ୍ରମଣ କମିଥିବା ବେଳେ ପୁଣି ଏକ ଭୂତାଣୁ ସଂକ୍ରମଣ ଆମେରିକାବାସୀଙ୍କ ମନରେ ଭୟ ସୃଷ୍ଟି କରିଛି।

ଆମେରିକାର ମିସିଗନ ସହରରେ ସୋମବାର ଦିନ ହନ୍ତା ଭୂତାଣୁ ସଂକ୍ରମଣ ନେଇ ପ୍ରଥମ ମମଲା ଆସିଛି। ଏଠାରେ ଜଣେ ମହିଳାଙ୍କ ଶରୀରରେ ହନ୍ତା ଭୂତାଣୁ ସଂକ୍ରମଣର ଲକ୍ଷଣ ଦେଖା ଦେଇଛି। ଏନେଇ ମହିଳା ଜଣଙ୍କୁ ହସ୍ପିଟାଲର ଭର୍ତ୍ତି କରାଯାଇଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ ସତର୍କ ସୂଚନା ଜାରି କରିଛି।

ସ୍ଥାନୀୟ ସ୍ୱାସ୍ଥ୍ୟ ବିଭାଗର ସୂଚନା ମୁତାବକ, ମହିଳା ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ମହିଳା ଜଣଙ୍କ ମିଶିଗନ ରାଜ୍ୟର ବାଶଟେନୋ ସହରର ରୁହନ୍ତି। ମହିଳା ଜଣଙ୍କ ୨ ବର୍ଷ ଧରି ବନ୍ଦ ଥିବା ଏକ ଘର ସଫା କରୁଥିବା ବେଳେ ସେଠାରେ କିଛି ମୂଷାଙ୍କ ସଂଷ୍ପର୍ସରେ ଆସିଥିଲେ। ଏହାପରେ ମହିଳା ଜଣଙ୍କ ଶରୀରରେ ହନ୍ତା ଭୂତାଣୁ ସଂକ୍ରମଣର ଲକ୍ଷଣ ଦେଖିବାକୁ ମିଳିଥିଲା।