Odisha Link
Bridging the Missing Links in Odisha

ପଦ୍ମ ଧରିଲେ ଜିତିନ୍‌

ନୂଆଦିଲ୍ଲୀ: ପଦ୍ମ ଶିବିରରେ ଯୋଗ ଦେଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତିନ ପ୍ରସାଦ। ଆଜି ହାତ ଛାଡ଼ି ପଦ୍ମ ଧରିଲେ ଜିତିନ୍‌। ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ପଦ୍ମ ଧରିଲେ ଜିତିନ ପ୍ରସାଦ।

ମନମୋହନ ସିଂହଙ୍କ ମନ୍ତ୍ରିମଣ୍ଡଳରେ ଜିତିନ ପ୍ରସାଦ ରାଷ୍ଟ୍ରମନ୍ତ୍ରୀ ଥିଲେ। ଜିତିନ ୨୦୦୧ରେ କଂଗ୍ରେସରେ ସାମିଲ ହୋଇଥିଲେ ।ୟୁପିଏ ସରକାରେ ସେ ମନ୍ତ୍ରୀ ମଧ୍ୟ ରହିଥିଲେ । ୨୦୦୯ରେ ମଧ୍ୟ ସେ ଲୋକସଭା ନିର୍ବାଚନ ଜିତି ୟୁପିଏ ସରକାରରେ ମନ୍ତ୍ରୀ ରହିଥିଲେ । ତେବେ ୨୦୧୪ରେ ସେ ପରାସ୍ତ ହୋଇଥିଲେ। ଦୀର୍ଘଦିନ ଧରି ଜିତିନ ଦଳୀୟ ନେତୃବୃନ୍ଦଙ୍କୁ ନେଇ ଅସନ୍ତୋଷ ଥିଲେ । ଯାହାର ଅଭିଯୋଗ ମଧ୍ୟ ସେ କରି ଆସୁଥିଲେ।