Odisha Link
Bridging the Missing Links in Odisha

ଡେଲଟା ପ୍ଲସ ଆକ୍ରାନ୍ତଙ୍କ ଠାରେ ନୂଆ ଲକ୍ଷଣ, ଜାଣନ୍ତୁ କଣ…

ନୂଆଦିଲ୍ଳୀ: ଚିନ୍ତା ବଢାଇବାରେ ଲାଗିଛି କରୋନାର ଡେଲଟା ପ୍ଲସ ଷ୍ଟ୍ରେନ। ଏହା ଦେଶରେ କରୋନାର ତୃତୀୟ ଲହର ପାଇଁ କାରଣ ପାଲଟିବ ବୋଲି ଆଶଙ୍କା କରାଯାଉଛି। ୪୦ଟି ମାମଲା ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ର, କେରଳ, ମଧ୍ୟପ୍ରଦେଶ ଓ ତାମିଲନାଡୁକୁ ହାଇ ଆଲର୍ଟରେ ରଖାଯାଇଛି। ଏବେ ସୁଦ୍ଧା ଦେଶର ୮ଟା ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳରେ ଡେଲଟା ପ୍ଲସ ଷ୍ଟ୍ରେନ୍ ଠାବ ହୋଇଛି।  ତେବେ ଏହି ଡେଲଟା ପ୍ଲସ ଭୂତାଣୁରେ ଆକ୍ରାନ୍ତଙ୍କଠାରେ କିଛି ନୂଆ ପ୍ରକାର ଲକ୍ଷଣ ଦେଖାଦେଉଛି।

ଲଣ୍ଡନ ସ୍ଥିତ କିଙ୍ଗସ କଲେଜର ଅଧ୍ୟୟନରୁ ଜଣାପଡିଛି ଯେ, ଡେଲଟା ପ୍ଲସରେ ଆକ୍ରାନ୍ତଙ୍କ ଗ୍ୟାଷ୍ଟ୍ରୋ ଇଂଟେଷ୍ଟିନାଲ ସମସ୍ୟା ଦେଖିବାକୁ ମିଳୁଛି। ଏଥିସହ ଆକ୍ରାନ୍ତଙ୍କ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ ହେଉଛି। ବାନ୍ତି ହେବା ସହ ଭୋକ କମି ଯାଉଛି। ଆକ୍ରାନ୍ତଙ୍କ ଶ୍ରବଣ ଶକ୍ତି କମିବା ସାଙ୍ଗକୁ ଗଣ୍ଠିରେ ଘୋଳାବିନ୍ଧା ହେଉଛି।

ଏହା ଫୁସଫୁସ କୋଷର ରେସ୍ପିରେଟରକୁ ପ୍ରଭାବିତ କରିପାରେ।ମନୋକ୍ଲୋନାଲ ଆଂଟିବଡି ଚିକିତ୍ସାକୁ ମଧ୍ୟ ନିଷ୍କ୍ରିୟ କରିଦେଇ ପାରେ ଏଥିସହ ଅଳ୍ପ ମାତ୍ରାରେ ଭୂତାଣୁ ଦ୍ୱାରା ଜଣେ ଅନ୍ୟ ଜଣକୁ ସଂକ୍ରମିତ କରିପାରିବ ଫଳରେ ଅଳ୍ପ ସମୟରେ ଅଧିକ ଲୋକ ଆକ୍ରାନ୍ତ ହେବେ।