Odisha Link
Bridging the Missing Links in Odisha

କାଶ୍ମୀର ଓ ଲଦାଖ ନଥିବା ଭାରତ ମାନଚିତ୍ର ଜାରିକଲା ଟ୍ୱିଟର

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓ ଟ୍ୱିଟର ମଧ୍ୟରେ ବିବାଦ ଚାଲିଥିବା ବେଳେ ଏକ ବିବାଦୀୟ ମାନଚିତ୍ର ଜାରି କରି ପୁଣି ବିବାଦ ଘେରକୁ ଆସିଛି ଟ୍ୱିଟର। ଟ୍ୱିଟର ତରଫରୁ ଜାରି କରାଯାଇଥିବା ମାନଚିତ୍ରରେ ଲଦାଖ ଓ କାଶ୍ମୀରକୁ ଅଲଗା ଦେଶ ଭାବେ ଚିହ୍ନିତ କରାଯାଇଛି।

ସୂଚନା ମୁତାବକ, ଟ୍ୱିଟରର କ୍ୟାରିୟର ପେଜର ଟ୍ୱିପ୍ ଲାଇଫ ସେକ୍ସନରେ ବିଶ୍ୱ ମାନଚିତ୍ର ରହିଛି। ଏହି ମ୍ୟାପ ସହାୟତାରେ ଟ୍ୱିଟର ଦର୍ଶାଇଥାଏ କି ସାରା ବିଶ୍ୱରେ ତାର ଟିମ୍ ରହିଛି। ଏହି ମ୍ୟାପରେ ଭାରତ ବି ରହିଛି। ମାତ୍ର ଭାରତର ମାନଚିତ୍ରରେ ଲଦାଖ ଓ କାଶ୍ମୀର ନାହିଁ। ଏହାକୁ ଦୁଇଟି ଅଲଗା ଅଲଗା ଦେଶ ଭାବେ ଦର୍ଶାଇଛି ଟ୍ୱିଟର।

ଏହା ପୂର୍ବରୁ ମଧ୍ୟ ଏମିତି ବିବାଦୀୟ ଭାରତ ମାନଚିତ୍ର ଟ୍ୱିଟର ଦର୍ଶାଇଥିଲା। ଯେଉଁଥିରେ ଲଦାଖ ନଥିଲା। ପରେ ଏନେଇ ଅଭିଯୋଗ ହେବା ପରେ ଏହାକୁ ଠିକ୍ କରାଯାଇଥିଲା।