Odisha Link
Bridging the Missing Links in Odisha

ସହକର୍ମୀଙ୍କୁ କିସ୍ କରି ପଦ ହରାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ

ବ୍ରିଟେନ୍: ସହକର୍ମୀଙ୍କୁ କିସ୍ କରି ପଦ ହରାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ। ନିଜ ସହକର୍ମୀଙ୍କୁ କିସ୍ କରି ବ୍ରିଟେନ୍ ସ୍ୱାସ୍ଥ୍ୟ ମନ୍ତ୍ରୀ ମେଟ୍ ହେନକାକ୍ ଏବେ ଚର୍ଚ୍ଚାରେ। ମେଟ୍‌ ନିଜ ସହକର୍ମୀ ଜିନା କୋଲାଡେଙ୍ଗଲୋଙ୍କୁ କିସ୍ କରି କୋଭିଡ ନିୟମ ଉଂଲ୍ଲଘନ କରିଥିବା ଅଭିଯୋଗ ହୋଇଥିଲା। କିସ୍ ଫଟୋ ଭାଇରାଲ୍ ହେବା ପରେ ଏଭଳି ସ୍ଥିତି ହେଲା ଯେ ତାଙ୍କୁ ପଦବୀରୁ ଇସ୍ତଫା ଦେବାକୁ ପଡିଛି।

ସୋସିଆଲ୍ ମିଡିଆରେ ଅନେକ ୟୁଜର୍ସ କହିଛନ୍ତି, ଜଣେ ସ୍ୱାସ୍ଥ୍ୟ ମନ୍ତ୍ରୀ ଭାବେ ସେ ସମସ୍ତଙ୍କୁ ସାମାଜିକ ଦୂରତା ଓ ମାସ୍କ ପିନ୍ଧିବାକୁ କହୁଥିବା ବେଳେ ଖୋଦ୍ ନିଜ ସହକର୍ମୀଙ୍କୁ କିସ୍ କରୁଛନ୍ତି। ଏହା ପରେ ଇସ୍ତଫା ଦେବା ପାଇଁ ତାଙ୍କ ଉପରେ ଚାପ ପଡିବାରୁ ସେ ପଦବୀରୁ ଇସ୍ତଫା ଦେଇଛନ୍ତି।

୪୩ ବର୍ଷୀୟ ଜିନା କୋଲାଡେଙ୍ଗଲୋ ଜଣେ ବିଜନେସ୍ ୱିମେନ୍ ସଙ୍ଗେସଙ୍ଗେ ଡିପାର୍ଟମେଣ୍ଟ ଅଫ୍ ହେଲଥର ଆଡଭାଇଜର୍। ଏଥିସହିତ ସେ ଓଲିଭର ବୋନାସ୍ କମ୍ପାନୀର କମ୍ପ୍ୟୁନିକେସନ୍ ଡାଇରେକ୍ଟର ମଧ୍ୟ ରହିଛନ୍ତି ତେବେ ମେଟଙ୍କ ସହ ଏଭଳି ଖବର ପ୍ରଚାର ହେବା ପରେ ଜିନା ଖୁବ୍ ଚର୍ଚ୍ଚାରେ ରହିଛନ୍ତି।

ସୂଚନାଯୋଗ୍ୟ, ଗତ ବର୍ଷ ମାର୍ଚ୍ଚରେ ମେଟ୍ ଜିନାଙ୍କୁ ସ୍ୱାସ୍ଥ୍ୟ ଓ ସାମାଜିକ କଲ୍ୟାଣ ବିଭାଗର ପରାମର୍ଶଦାତା ଭାବେ ନିଯୁକ୍ତ କରିଥିଲେ। ହେଲେ ଏହି ପଦବୀ ପାଇଁ ତାଙ୍କୁ କୌଣସି ପ୍ରକାରର ଦରମା ଦିଆଯାଉନଥିଲା। ପରବର୍ତ୍ତୀ ସମୟରେ ସେପ୍ଟେମ୍ବର ମାସରେ ଜିନାଙ୍କୁ ସେ ଡିଏଚଏସସିର ନନ୍-ଏକଜୁକେଟିଭ୍ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ।

ଏଭଳି ଘଟଣା ପରେ ମେଟଙ୍କ ୧୫ ବର୍ଷର ବୈବାହିକ ସମ୍ପର୍କକୁ ନେଇ ଅଟକଳ ଆରମ୍ଭ ହୋଇଯାଇଛି। ଗତ ବର୍ଷ ଏହି ବିବାଦୀୟ ନିଯୁକ୍ତି ପରେ ଡାଉନିଂ ଷ୍ଟ୍ରିଟ୍ ନିକଟରେ ଦୁହିଁଙ୍କୁ ବହୁବାର ଏକାଠି ଦେଖାଯାଇଛି। ଏପରିକି ସିଭିଲ୍ ସରଭେଣ୍ଟଙ୍କ ସହ ଜିନା ଗୋପନୀୟ ବୖେଠକରେ ମଧ୍ୟ ସାମିଲ ହୋଇଥାନ୍ତି।

Leave A Reply

Your email address will not be published.