Odisha Link
Bridging the Missing Links in Odisha

୩ ବର୍ଷର ଭଉଣୀକୁ ଦୁଷ୍କର୍ମ କଲା ଭାଇ

ନୂଆଦିଲ୍ଲୀ: ଭାଇ ଭଉଣୀ ପବିତ୍ର ସମ୍ପର୍କରେ କଳଙ୍କ। ୩ ବର୍ଷର ଭଉଣୀକୁ ଦୁଷ୍କର୍ମ କଲା ଭାଇ। ଏଭଳି ଏକ ଲଜ୍ଜାଜନକ ତଥା ଘୃଣ୍ୟ ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନରେ। ଜଣେ ୧୦ ବର୍ଷର କିଶୋର ନିଜ ତିନି ବର୍ଷୀୟ ସମ୍ପକୀୟ ଭଉଣୀକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ପରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି।

ସୂଚନା ମୁତାବକ, ରାଜସ୍ଥାନର ଭିଲବାଡ଼ା ଜିଲ୍ଳାରେ ଜୁନ୍ ୨୬ ତାରିଖ ଦିନ ଶିଶୁ କନ୍ୟା ଜଣକ ତାଙ୍କ ଘର ବାହାରେ ଖେଳୁଥିଲେ କିନ୍ତୁ ଯେତେବେଳେ ଝିଅର ଜେଜେମା ପଶୁଙ୍କୁ ପାଣି ଦେବାକୁ ଦେବା ପାଇଁ ଯାଇଥିଲେ ସେତେବେଳେ ସେ ଏକ ଚିତ୍କାର ଶୁଣିଥିଲେ। ତେବେ ଘଟଣା ସ୍ଥଳରେ ପହଞ୍ଚି ସେ ଉକ୍ତ କିଶୋରଙ୍କୁ ତାଙ୍କ ଶିଶୁକନ୍ୟା ସହ ସହ ଦୁଷ୍କର୍ମ କରୁଥିବାର ଧରିଥିଲେ। ଘଟଣା ପରେ ଏହାର ଅଭିଯୋଗ କରିବା ପାଇଁ ଶିଶୁକନ୍ୟାଙ୍କ ଜେଜେମା କିଶୋରର ଘରକୁ ଯାଇଥିଲେ। ଏହି ସମୟରେ ଶିଶୁକନ୍ୟାର ଜେଜେମା ଏବଂ ଉକ୍ତ କିଶୋରଙ୍କ ମା’ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା।

ଘଟଣାକୁ ନେଇ ପିଡୀତାଙ୍କ ଜେଜେମା’ ଥାନାରେ ଏତଲା ଦେଇଛନ୍ତି। ପୋଲିସ ପକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହା ସହ ଶିଶୁକନ୍ୟାର ମେଡିକାଲ ଯାଞ୍ଚ କରାଯାଇଛି। ତେବେ କମ ବୟସରେ ଏଭଳି କାଣ୍ଡ କରିବା ନେଇ ପୋଲିସ ଏବଂ ସାଧାରଣ ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି।

Leave A Reply

Your email address will not be published.