Odisha Link
Bridging the Missing Links in Odisha

ଅନ୍ତର୍ଜାତୀୟ ବିମାନ ଉଡ଼ାଣ ନେଇ ବଢ଼ିଲା କଟକଣା

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍ତର୍ଜାତୀୟ ବିମାନ ଉଡ଼ାଣ କଟକଣାକୁ ପୁଣି ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର। କରୋନା ଯୋଗୁଁ ଉଭୟ ଭାରତକୁ ଓ ଭାରତରୁ ଉଡ଼ାଣ ଉପରେ କଟକଣା ଲାଗିଛି।

ମାତ୍ର କାର୍ଗୋ ଅପରେସନ ଓ ସ୍ପେଶାଲ ଉଡ଼ାଣ ନେଇ କୌଣସି କଟକଣା ନାହିଁ। ଡିଜିସିଏ ଅନୁମତି ନେଇ ସ୍ୱତନ୍ତ୍ର ଭାବେ ଏହା ବିମାନ ଯାତ୍ରା କରିପାରିବ।

ଏହା ପୂର୍ବରୁ କେନ୍ଦ୍ର ସରକାର ଉଡ଼ାଣ କଟକଣାକୁ ମେ’ ୩୧ରୁ ଜୁନ୍ ୩୧କୁ ବୃଦ୍ଧି କରିଥିଲେ। ଦେଶରେ କରୋନା ମହମାରୀର ଦ୍ୱିତୀୟ ଲହର ହ୍ରାସ ପାଉଥିଲେ ବି କରୋନା ସଂକ୍ରମଣ ହାର ସମ୍ପୂର୍ଣ୍ଣ କମିନାହିଁ।

Leave A Reply

Your email address will not be published.