Odisha Link
Bridging the Missing Links in Odisha

ବସ ଚଳାଚଳ ପାଇଁ ଆସିବ ଗାଇଡଲାଇନ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର: କରୋନା ସଂକ୍ରମଣ କମୁ ଥିବାରୁ ଗତକାଲି ସରକାରଙ୍କ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟ ଅନଲକ କରାଯାଇଛି। ଏହି ସମୟରେ ସରକାର ଜୀବନ ଓ ଜୀବିକାକୁ ଗୁରୁତ୍ୱ ଦେଉଛନ୍ତି। ଏହି ପରିପ୍ରେକ୍ଷୀରେ ଗତକାଲି କ୍ୟାଟେଗୋରୀ ‘ଏ’ରେ ଥିବା ୨୦ଟି ଜିଲ୍ଲାଗୁଡ଼ିକରେ ବସ ଚଳାଚଳ ନେଇ ଅନୁମତି ପ୍ରଦାନ କରାଯାଇଛି। ତେବେ ବସ ଚଳାଚଳ ନେଇ ଗାଇଡଲାଇନ ଆସିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

ସେ କହିଛନ୍ତି ଯେ, ପରିବହନ ବିଭାଗ ପକ୍ଷରୁ ଆରଟିଓ ଓ ବସ ସଂଘକୁ ଗାଇଡଲାଇନ ଦିଆଯିବ।  ବସିରେ ସିଟିଂ କାପାସିଟିରେ ଲୋକେ ବସିବେ। ବସରେ ଯାତ୍ରା ବେଳେ ମାସ୍କ ବାଧ୍ୟତାକୂଳକ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି।