Odisha Link
Bridging the Missing Links in Odisha

ସିଲ୍ ହେଲା ବିଶାଲ ମେଗାମାର୍ଟ ଓ ବିଗବଜାର

ଭୁବନେଶ୍ୱର: ସିଲ୍ ହେଲା ବିଶାଲ ମେଗାମାର୍ଟ ଓ ବିଗବଜାର। ରାଜ୍ୟରେ ସଂକ୍ରମଣ ହାର କମୁଥିବାରୁ ସରକାର କଟକଣାକୁ ସାମାନ୍ୟ କୋହଳ କରିଛନ୍ତି। ବି ବର୍ଗ ଜିଲ୍ଲାରେ ଦିନ ୨ଟା ଯାଏ ଦୋକାନବଜାର ଖୋଲିବାକୁ ଅନୁମତି ମିଳିଛି। ମାତ୍ର ସପିଂ ମଲ୍ ଖୋଲିବା ପାଇଁ ଅନୁମତି ଦିଆଯାଇ ନାହିଁ। କିନ୍ତୁ କଟକଣାକୁ ନ ମାନି ଆଇଡି ମାର୍କେଟରେ ଥିବା ବିଶାଲ ମେଗାମାର୍ଟ ଓ ବିଗବଜାର ମଲ୍ ଖୋଲିଥିଲା। ଫଳରେ ମଲକୁ ବିଏମସିର ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ସିଲ୍ କରିଛି।

ଭୁବନେଶ୍ୱରରେ ଏନଫୋର୍ସମେଣ୍ଟକୁ ଅଧିକ କଡ଼ାକଡ଼ି କରିବ ବିଏମସି। ଏଥିପାଇଁ ଏନଫୋର୍ସମେଣ୍ଟ ସ୍କ୍ୱାଡ୍ ସଂଖ୍ୟା ବୃଦ୍ଧି କରାଯାଇଛି। ମାର୍କେଟ ବା ହାଟ ବଜାରକୁ ଯାନବାହନ ନେଇ ଯିବାକୁ ଅନୁମତି ଦିଆଯାଇନାହିଁ। ତଥାପି ଅଧିକାଂଶ ଲୋକ ଗାଡ଼ି ଧରି ମାର୍କେଟ୍ ଯାଉଛନ୍ତି। ଗାଇଡଲାଇନ୍ ଖିଲାପକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଅଧିକ ଜରିମାନା ଆଦାୟ ସହ ଯାନବାହନକୁ ଜବତ କରାଯିବ ବୋଲି  ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ କହିଛନ୍ତି।

Leave A Reply

Your email address will not be published.