Odisha Link
Bridging the Missing Links in Odisha

ରାଜ୍ୟରେ ପହଁଞ୍ଚିଲା ସାଢ଼େ ୯ ଲକ୍ଷ କୋଭିସିଲ୍‌ଡ ଟିକା

ଭୁବନେଶ୍ବର: ରାଜ୍ୟରେ ପହଁଞ୍ଚିଲା ୯ ଲକ୍ଷ ୪୩ ହଜାର ୯୩୦ କୋଭିସିଲ୍‌ଡ ଟିକା। ଗତକାଲି ଅର୍ଥାତ୍‌ ଗୁରୁବାର ମଧ୍ୟ ୧ ଲକ୍ଷ କୋଭିସିଲ୍‌ଡ ଟିକା ଆସିଥିବା ବେଳେ ୧ ଲକ୍ଷ ୮୨ ହଜାର କୋଭାକ୍ସିନ ଟିକା ଭୁବନେଶ୍ୱରରେ ପହଞ୍ଚିଥିଲା। କୋଭିସିଲ୍‌ଡ ଓ କୋଭାକ୍ସିନ ପହଞ୍ଚିବା ପରେ ଏବେ ରାଜ୍ୟରେ ସ୍ୱାଭାବିକ ହେବ ଟିକାକରଣ।

ବିଗତ ୨ ଦିନ ଧରି ରାଜ୍ୟରେ ଟିକାର ଅଭାବ ଦେଖା ଯାଇଥିଲା। ଯାହାଫଳରେ ଟିକାକରଣ ସ୍ୱାଭାବିକ ହୋଇପାରିନଥିଲା। ଟିକା ଅଭାବ ଯୋଗୁଁ ରାଜ୍ୟରେ ମାତ୍ର ୧୪୪ଟି କେନ୍ଦ୍ରରେ ଟିକାକରଣ ପ୍ରକ୍ରିୟା ଚାଲିଛି। ଟିକା ଅଭାବରୁ ରାଜ୍ୟର ୧୬ଟି ଜିଲ୍ଲାରେ ଟିକାକରଣ କାର୍ଯ୍ୟ ବନ୍ଦ ରହିଥିଲା।

ଏବେ ୧୦ ଲକ୍ଷରୁ ଅଧିକା ଟିକା ରାଜ୍ୟରେ ପହଁଞ୍ଚି ସାରିଛି। ଯାହାଫଳରେ ପୁଣିଥରେ ରାଜ୍ୟରେ ସ୍ବଭାବିକ ହେବ ଟିକାକରଣ ପ୍ରକ୍ରିୟା।

Leave A Reply

Your email address will not be published.