Odisha Link
Bridging the Missing Links in Odisha

ଟିମ୍‌ ମୋଦୀରେ ଅଶ୍ବିନୀ ଓ ବିଶ୍ବେଶ୍ବର, ମନ୍ତ୍ରୀ ଭାବେ ନେଲେ ଶପଥ

ଏବେ ମୋାଦୀଙ୍କ ନୂଆ ଟିମରେ ଓଡ଼ିଶାର ୩ ଜଣ ମନ୍ତ୍ରୀ ରହିଛନ୍ତି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ ମନ୍ତ୍ରୀ ପଦରେ ଥିବା ବେଳେ ଆଜି ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ଓ ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁ ମଧ୍ୟ ମୋଦୀଙ୍କ କ୍ୟାବିନେଟରେ ସ୍ଥାନ ପାଇଛନ୍ତି।

ନୂଆଦିଲ୍ଲୀ: ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ଇନିଂସରେ ପ୍ରଥମଥର ପାଇଁ ହୋଇଛି କେନ୍ଦ୍ର କ୍ୟାବିନେଟର ନବକଳେବର। ଟିମ୍‌ ମୋଦୀରେ ୪୩ ଜଣଙ୍କୁ ସାମିଲ କରାଯାଇଛି। ସେ ମଧ୍ୟରୁ ଦୁଇ ଜଣ ଓଡ଼ିଆ ମୋଦୀଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ବେଳେ ରାଷ୍ଟ୍ରମନ୍ତ୍ରୀ ଥିବା ପ୍ରତାପ ଷଡ଼ଙ୍ଗୀ ବାଦ ପଡ଼ିଛନ୍ତି। ଏବେ ମୋାଦୀଙ୍କ ନୂଆ ଟିମରେ ଓଡ଼ିଶାର ୩ ଜଣ ମନ୍ତ୍ରୀ ରହିଛନ୍ତି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କ୍ୟାବିନେଟ ମନ୍ତ୍ରୀ ପଦରେ ଥିବା ବେଳେ ଆଜି ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ଓ ମୟୂରଭଞ୍ଜ ସାଂସଦ ବିଶ୍ବେଶ୍ବର ଟୁଡୁ ମଧ୍ୟ ମୋଦୀଙ୍କ କ୍ୟାବିନେଟରେ ସ୍ଥାନ ପାଇଛନ୍ତି।

ମୋଦୀ ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ ହେବା ସହିତ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ଅଶ୍ୱିନୀ ବୈଷ୍ଣବ। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତେବେ ତାଙ୍କୁ କ୍ୟାବିନେଟରେ କେଉଁ ବିଭାଗ ମିଳୁଛି ତା ଉପରେ ସମସ୍ତଙ୍କର ନଜର ରହିଛି । ଅଶ୍ୱିନୀ ବୈଷ୍ଣବ ଓଡିଶାରୁ ରାଜ୍ୟସଭା ସାଂସଦ ଭାବେ ନିର୍ବାଚତ ହୋଇଛନ୍ତି । ବିଜେପି ଓ ବିଜେଡିର ମିଳିତ ସମର୍ଥନରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ଆଜି ସେ କେନ୍ଦ୍ର କ୍ୟାବିନେଟରେ ସାମିଲ ହେବା ସହିତ ତାଙ୍କୁ ଗୁରୁତ୍ବପୂର୍ଣ୍ଣ ମନ୍ତ୍ରୀ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି।

ସେହିପରି ବିଶ୍ବେଶ୍ବର ଟୁଡୁ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ତେବେ ତାଙ୍କୁ କ୍ୟାବିନେଟରେ କେଉଁ ବିଭାଗ ମିଳୁଛି ତା ଉପରେ ସମସ୍ତଙ୍କର ନଜର ରହିଛି । ସେ ମୟୂରଭଞ୍ଜ ସାଂସଦ ଭାବେ ନିର୍ବାଚତି ହୋଇଛନ୍ତି।

Leave A Reply

Your email address will not be published.