Odisha Link
Bridging the Missing Links in Odisha

IASରୁ କେନ୍ଦ୍ରମନ୍ତ୍ରୀ, ଜାଣନ୍ତୁ ଅଶ୍ବିନୀ ବୈଷ୍ଣବଙ୍କ ବିଷୟରେ

ଅଶ୍ୱିନୀ ବୈଷ୍ଣବ ୧୯୭୦ ମସିହାରେ ରାଜସ୍ଥାନର ଯୋଦ୍ଧପୁରରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ପୂର୍ବତନ ଆଇଏଏସ ଅଫିସର । ୧୯୯୪ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ଅଶ୍ୱିନୀ କଟକ ଏବଂ ବାଲେଶ୍ୱରରେ ଜିଲ୍ଲାପାଳ ରହିଥିଲେ ।

ଭୁନେଶ୍ବର: ଲାଗିରହିଥିବା କଳ୍ପନା ଜଳ୍ପନାର ଅନ୍ତ। ଆଜି ସନ୍ଧ୍ୟାରେେ ହେଲା କେନ୍ଦ୍ର କ୍ୟାବିନେଟର ନବକଳେବର। ଅନ୍ୟପଟେ ନୂଆଦିଲ୍ଲୀ ସ୍ଥିତ ରାଷ୍ଟ୍ରପତି ଭବନରେ ଚାଲିଛିି ନୂଆମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ। ମୋଟ ୪୩ ଜଣ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଏଥିସହିତ ଓଡ଼ିଶାର ଦୁଇ ଜଣ ସାଂସଦ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଅଶ୍ୱିନୀ ବୈଷ୍ଣବ ଓ ବିଶ୍ବେଶ୍ୱର ଟୁଡୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ରାଷ୍ଟ୍ରପତି। ତେବେ ଅଶ୍ୱିନୀ ବୈଷ୍ଣବ ହେଉଛନ୍ତି ଏଭଳି ଏକ ନାମ ଯାହାଙ୍କୁ ନେଇ ୨୦୧୯ରେ ଓଡ଼ିଶାର ରାଜ୍ୟସଭା ନିର୍ବାଚନ ସମୟରେ ଏକ ପ୍ରକାର ଝଡ଼ ସୃଷ୍ଟି ହୋଇଥିଲା।

ଜାଣନ୍ତୁ ଅଶ୍ୱିନୀ ବୈଷ୍ଣବଙ୍କ ବିଷୟରେ କିଛି ଅଜଣା କଥା:

ଅଶ୍ୱିନୀ ବୈଷ୍ଣବ ୧୯୭୦ ମସିହାରେ ରାଜସ୍ଥାନର ଯୋଦ୍ଧପୁରରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ପୂର୍ବତନ ଆଇଏଏସ ଅଫିସର । ୧୯୯୪ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ ଅଫିସର ଅଶ୍ୱିନୀ କଟକ ଏବଂ ବାଲେଶ୍ୱରରେ ଜିଲ୍ଲାପାଳ ରହିଥିଲେ। ଓଡ଼ିଶା ଶାସନରେ ସେ ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିଲେ ମଧ୍ୟ।

୨୦୦୪ ମସିହାରେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଶ୍ରୀ ବୈଷ୍ଣବ ମଧ୍ୟ କାର୍ଯ୍ୟ କରିଥିଲେ। ପରେ ଆଇଏଏସ ଚାକିରି ଛାଡ଼ି କର୍ପୋରେଟ କ୍ଷେତ୍ରରେ ମନୋନିବେଶ କରିଥିଲେ। କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ ୱେବସାଇଟ୍ ଅନୁସାରେ, ଅଶ୍ୱିନୀ ଆମେରିକାର ୱାର୍ଥନ୍ ସ୍କୁଲ୍ ଅଫ୍ ୟୁନିର୍ଭସିଟିରୁ ଏମବିଏ ଡିଗ୍ରୀ ହାସଲ କରିଛନ୍ତି। ଏଥିସହ ଆଇଆଇଟି କାନପୁରରୁ ଏମ୍‌ଟେକ୍‌ କରିଛନ୍ତି।

ଏଥିସହିତ ସେ ଓଡ଼ିଶାର ଖଣି କମ୍ପାନୀ ତ୍ରିବେଣୀ ପିଲେଟ୍ସ ପ୍ରାଇଭେଟ ଲିମିଟେଡ୍ର ନିର୍ଦ୍ଦେଶକ ଭାବେ ୨୦୧୭ ଫେବ୍ରୁଆରିରୁ ୧୩ରୁ କାର୍ଯ୍ୟଭାର ତୁଲାଇ ଆସୁଥିଲେ । ଏହାପରେ ବୈଷ୍ଣବ ୨୦୧୯ ମସିହାରେ ଓଡ଼ିଶାରୁ ବିଜେପି ଟିକେଟରେ ନିଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କୁ ବିଜେଡି ସମର୍ଥନ କରିଥିଲା।

Leave A Reply

Your email address will not be published.