Odisha Link
Bridging the Missing Links in Odisha

ତୃତୀୟ ଲହର ପାଇଁ ୩ ମାସିଆ ସର୍ଭେଲାନ୍ସ

ଭୁବନେଶ୍ୱର: ତୃତୀୟ ଲହର ଆଶଙ୍କାକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦଶକ ବିଜୟ ମହାପାତ୍ର କହିଛନ୍ତି ଯେ, ତୃତୀୟ ଲହର ପାଇଁ ସରକାର ପ୍ରସ୍ତୁତ। ମୁଖ୍ୟତଃ ୩ଟି ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯାଉଛି। ଲୋକଙ୍କୁ ଟିକାକାରଣ କରିବା, ୩ ମାସିଆ ସର୍ଭେଲାନ୍ସ ଓ ଭିତ୍ତିଭୂମି ପ୍ରସ୍ତୁତ କରାଯିବା ସହ ସ୍ୱତନ୍ତ୍ର ଗ୍ରୁପର ଚିକିତ୍ସା କରାଯିବ।ତୃତୀୟ ଲହର ଶିଶୁ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଟ୍ରେନିଂ ଆରମ୍ଭ କରାଯାଇଥିବା ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ବିଭିନ୍ନ ଜିଲ୍ଲାରେ କେନ୍ଦ୍ରୀୟ ସ୍ଥିତି ଅନୁଧ୍ୟାନ କରୁଛନ୍ତି। କେନ୍ଦ୍ରୀୟ ଟିମ୍ ଜଗତସିଂହପୁର, ପୁରୀ ଏବଂ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ ବୁଲି ଦେଖିଛି କେନ୍ଦ୍ରୀୟ ଦଳ। ମୃତ୍ୟୁ ସଂଖ୍ୟାକୁ ନେଇ ଗତକାଲି ସ୍ୱାସ୍ଥ୍ୟ ସଚିବ ସ୍ପଷ୍ଟୀକରଣ ଦେଇଛନ୍ତି। କୌଣସି ମୃତ୍ୟୁ ଲୁଚା ଯାଉନାହିଁ। ହସ୍ପିଟାଲ ଗଲା ପରେ ଜଣେ ଲୋକ ଯଦି ମୃତ୍ୟୁବରଣ କରୁଛି, ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହେଲା ସେ ନେଇ ରିପୋର୍ଟ ଦିଆଯାଉଥିବା କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର।

Leave A Reply

Your email address will not be published.