Odisha Link
Bridging the Missing Links in Odisha

ଉମା ଜଙ୍ଗଲରେ ମାଓବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ, ୨ ଯବାନ ଗୁରୁତର

ଭୁବନେଶ୍ବର: ବୌଦ୍ଧ-କନ୍ଧମାଳ ସୀମାରେ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ। ଉମା ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ କମ୍ବିଂ ଅପରେସନ୍‌ କରୁଥିବା ବେଳେ ଗୁଳି ବିନିମୟ ହୋଇଛି।

ଘଣ୍ଟେକି ୨ ଘଣ୍ଟା ନୁହେଁ ପ୍ରାୟ ୮ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଚାଲିଛି ଗୁଳିବିନିମୟ। ସବୁଠାରୁ ବଡ଼କଥା ହେଲା ମାଓବାଦୀଙ୍କ ଗୁଳିରେ ୨ ଯବାନ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ୨ ଯବାନଙ୍କୁ ଏୟାରଲିଫ୍ଟ ଯୋଗେ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି । ଏନେଇ ଆଇଜି ଅପରେସନ ଅମିତାଭ ଠାକୁର ସୂଚନା ଦେଇଛନ୍ତି ।

ତାଜା ସୂଚନା ମୁତାବିକ, କୋରାପୁଟ ଗସ୍ତରେ ଥିବା ଡିଜିପି ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଜ ହେଲିକପ୍ଟରରେ ୨ ଯବାନଙ୍କୁ ଏୟାରଲିଫ୍ଟ କରି ଆଣୁଛନ୍ତି ଡିଜିପି। କିଛି ସମୟ ମଧ୍ୟରେ ଭୁବନେଶ୍ୱରରେ ପହଞ୍ଚିବେ ଆହତ ଯବାନ ବୋଲି ସୂଚନା ରହିଛି।

Leave A Reply

Your email address will not be published.