Odisha Link
Bridging the Missing Links in Odisha

ଟିମ୍ ଇଣ୍ଡିଆର ବଢିଲା ଚିନ୍ତା, ପନ୍ତଙ୍କ ପରେ ଆଉ ଜଣେ ପଜିଟିଭ ଚିହ୍ନଟ

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆର ବଢିଲା ଚିନ୍ତା। ଭାରତୀୟ ୱିକେଟକିପର ବ୍ୟାଟସମ୍ୟାନ ରିଷଭ ପନ୍ତ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ରିଷଭଙ୍କ ବ୍ୟତୀତ ଅନ୍ୟ ଜଣେ ଖେଳାଳୀ ମଧ୍ୟ କରୋନାରେ ସଂକ୍ରମିତ ହୋଇଥିଲେ ମଧ୍ୟ ଏବେ ସୁସ୍ଥ ଅଛନ୍ତି। ତେବେ ରିଷଭ ଏବେ ସଙ୍ଗରୋଧରେ ଥିବା ସୂଚନା ମିଳିଛି। ଏସବୁ ମଧ୍ୟରେ ଦଳର ଆଉ ଜଣେ ସଦସ୍ୟଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତେବେ ଏହି ବ୍ୟକ୍ତି ଜଣଙ୍କ ଖେଳାଳି ନୁହନ୍ତି ବରଂ ସପୋର୍ଟ ଷ୍ଟାଫ୍ଟ ବୋଲି ସୂଚନା ରହିଛି।

ଋଷଭ ପନ୍ତ ଜୁଲାଇ ୧୮ ପର୍ଯ୍ୟନ୍ତ ଆଇସୋଲୋସନରେ ରହିବେ। ଏହା ପରେ ତାଙ୍କର ପୁଣିଥରେ କରୋନା ଟେଷ୍ଟ ହେବ। ଯଦି ଋଷଭଙ୍କ ରିପୋର୍ଟ ନେଗେଟିଭ ଆସେ, ତାହେଲେ ଜୁଲାଇ ୨୦ରେ ହେବାକୁ ଥିବା ଅଭ୍ୟାସ ମ୍ୟାଚରେ ଭାଗ ନେଇପାରିବେ। ଅନ୍ୟପଟେ ବିସିସିଆଇ ସଚିବ ଜୟ ଶାହା ବ୍ରିଟେନରେ ଉପସ୍ଥିତ ଥିବା ଭାରତୀୟ ଦଳକୁ ନିକଟରେ ଇ-ମେଲ କରି କରୋନା ପ୍ରତି ସଜାଗ ରହିବାକୁ ଚେତାବନୀ ଦେଇଛନ୍ତି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଥ୍ରୋଡାଉନ ସ୍ପେଶାଲିଷ୍ଟ ଦୟାନନ୍ଦ ଘରାନୀଙ୍କ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ କରୋନାରେ ଆକ୍ରାନ୍ତ ହୋଇଥିବାରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟତମ ୱିକେଟ କିପର ରିଦ୍ଧିମାନ ସାହା ଓ ଆଉ ଜଣେ ସପୋର୍ଟ ଷ୍ଟାଫ ନିଜକୁ ଆଇସୋଲେନରେ ରଖିଛନ୍ତି।

ଋଷଭ କିଛି ଦିନ ପୂର୍ବରୁ ୟୁରୋ କପରେ ଇଂଲଣ୍ଡ ଓ ଜର୍ମାନୀ ମଧ୍ୟରେ ମ୍ୟାଚ ଦେଖିବାକୁ ଳଣ୍ଡନର ୱେମ୍ବଲି ଷ୍ଟାଡିୟମକୁ ଯାଇଥିଲେ। ଷ୍ଟାଡିୟମରେ ଋଷଭ ହଜାର ହଜାର ଲୋକଙ୍କ ସହିତ ବିନା ମାସ୍କରେ ଫଟୋ ଉଠାଇଥିଲେ। ଋଷଭଙ୍କ ଏଭଳି କାର୍ଯ୍ୟ ତାଙ୍କ ନିଜ ଉପରେ ହିଁ ଭାରି ପଡିଛି ଓ ସେ କରୋନାର ଶିକାର ହୋଇଛନ୍ତି।

ବିଶ୍ୱ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ପରେ ଟିମ୍ ଇଣ୍ଡିଆର ଖେଳାଳି କିଛି ଦିନ ପାଇଁ ବ୍ରେକ ନେଇଥିଲେ। ତେବେ ଏହି ସମୟ ମଧ୍ୟରେ ଦୁଇଜଣ ଖେଳାଳୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଖବର ସରବରାହ ସଂସ୍ଥା ଏଏନଆଇ ମୁତାବକ, ଦୁଇ ଖେଳାଳୀଙ୍କୁ ଥଣ୍ଡା ହେବା ସହ କାଶ ଭଳି ସାମାନ୍ୟତମ ଲକ୍ଷଣ ଦେଖାଯାଇଥିଲା। ତୁରନ୍ତ ଉଭୟ ଖେଳାଳୀଙ୍କର ଟେଷ୍ଟ କରାଯାଇଥିଲା ଏବଂ ଉଭୟଙ୍କର ରିପୋର୍ଟ ପଜିଟିଭ ଆସିଥିଲା। ତେବେ ଉଭୟଙ୍କର ସ୍ୱାସ୍ଥ୍ୟବସ୍ଥା ଭଲ ରହିଛି ଏପରିକି ଜଣେ ଖେଳାଳୀ ସୁସ୍ଥ ହୋଇଛନ୍ତି।

ବ୍ରେକରୁ ଫେରିବା ପରେ ସମସ୍ତ ଭାରତୀୟ ଖେଳାଳୀ ଏକାଠି ହୋଇଛନ୍ତି। ଏବେ ପୂରା ଟିମ୍ ଡରହମ ଯିବ। ତେବେ ବାୟୋ ବବଲରେ ଏଣ୍ଟ୍ରି କରିବା ପୂର୍ବରୁ ଭାରତୀୟ ଖେଳାଳୀଙ୍କୁ ଦ୍ୱିତୀୟ ଡୋଜ ଟିକା ଦିଆଯାଇଛି। ଏପରିକି ଜନଗହଳିପୂର୍ଣ୍ଣ ସ୍ଥାନକୁ ନ ଯିବାକୁ ଖେଳାଳୀଙ୍କୁ ବାରଣ କରିଛି ବିସିସିଆଇ। ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତ ୨୦ ଜୁଲାଇରେ କାଉଣ୍ଟିଂ ମ୍ୟାଚ୍ ଖେଳିବ।

Leave A Reply

Your email address will not be published.