Odisha Link
Bridging the Missing Links in Odisha

ବିବାହ ପୂର୍ବରୁ ହୋଇଥିଲା ଛାଡ଼ପତ୍ର ଚୁକ୍ତି: ସୌମ୍ୟଙ୍କ ମାମୁଁ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା। ମୃତ୍ୟୁକୁ ୬ଦିନ ବିତିଲାଣି ହେଲେ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ପାଉନି ପୁଲିସ। ବିଭିନ୍ନ ଦିଗକୁ ନେଇ ଚାଲିଛି ତଦନ୍ତ। ତେବେ ଏହା ଭିତରେ ସୌମ୍ୟଙ୍କ ଜାଞ୍ଚଲ୍ୟକର ବୟାନ ଦେଇଛନ୍ତି।

ସୌମ୍ୟଙ୍କ ମାମୁଁ କହିଛନ୍ତି, ବିବାହ ଆଗରୁ ହିଁ ଛାଡପତ୍ର ପାଇଁ ଚୁକ୍ତି ସରିଥିଲା। ଏହି ଚୁକ୍ତି ଅନୁସାରେ ବାହାଘର ବର୍ଷକ ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ସ୍ୱାମୀ-ସ୍ତ୍ରୀର ସମ୍ପର୍କ ରହିବ ନାହିଁ। ଦୁହେଁ ସାଙ୍ଗ ଭାବରେ ଏକାଠି ରହିବେ। ବର୍ଷେ ପରେ ଦୁହିଁଙ୍କ ମଧ୍ୟରେ ସ୍ୱାମୀ ସ୍ତ୍ରୀର ସମ୍ପର୍କ ରହିବ। ଏହି କଣ୍ଟ୍ରାକୁ ନେଇ ସୌମ୍ୟଙ୍କ ମାମୁ ବୟାନ ଦେଇଛନ୍ତି। ତାଙ୍କ ଅଭିଯୋଗ ଯେ, ବିଦ୍ୟା ଭାରତୀଙ୍କର ଡିଏଫଓଙ୍କ ସହ ଅନୈତିକ ସମ୍ପର୍କ ଥିଲା।

ଏଥିସହ ଭଣଜା ଓ ବିଦ୍ୟା ଭାରତୀଙ୍କ ମଧ୍ୟରେ ଦରମା ଓ ସ୍ତାବର ତଥା ଅସ୍ତାବର ସମ୍ପତ୍ତିକୁ ନେଇ ଚୁକ୍ତି ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ଚଳିତ ବର୍ଷ ଅର୍ଥାତ ଜୁଲାଇ ୯ ତାରିଖ ୨୦୨୧ର ଏହି ଚୁକ୍ତିପତ୍ର ସୌମ୍ୟ ଓ ବିଦ୍ୟା ଭାରତୀଙ୍କ ମଧ୍ୟରେ ହୋଇଥିଲା। ଚୁକ୍ତି ଅନୁସାରେ ସୌମ୍ୟଙ୍କ ଦରମା ତଥା ସ୍ତାବର ଓ ଅସ୍ତାବର ସମ୍ପତ୍ତି ଉପରେ ବିଦ୍ୟା ଭାରତୀଙ୍କ ଅଧିକାର ରହିବ। ଚୁକ୍ତିପତ୍ରର ନକଲ ମଧ୍ୟ ସେ ମିଡିଆକୁ ଦେଇଛନ୍ତି।

ସୌମ୍ୟଙ୍କ ମାମୁ ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ବ୍ୟାଚଲର ପାର୍ଟି ଦେବାକୁ କହି ସୌମ୍ୟଙ୍କୁ ବଲାଙ୍ଗୀର ନେଇଥିଲେ ବିଦ୍ୟାଭାରତୀ। ସେଠାରୁ ଫେରିବା ପରେ ସୌମ୍ୟଙ୍କ ପାଖକୁ ବିଦ୍ୟାଙ୍କର କିଛି ଅଶ୍ଲୀଳ ଫଟୋ ଆସିଥିଲା। ଏହି ଫଟୋ ଦେଖି ତାଙ୍କ ଭଣଜା ଚେତା ହରାଇଥିଲେ ଓ ତାଙ୍କୁ ମେଡିକାଲ ନିଆଯାଇଥିଲା ବୋଲି ସେ କହିଛନ୍ତି।

ସୌମ୍ୟଙ୍କ ମାମୁଁଙ୍କ ଅଭିଯୋଗ ଯେ, ତାଙ୍କ ଭଣଜାକୁ ଅନ୍ୟତ୍ର ମାରି ଘରକୁ ଅଣାଯାଇଥିଲା। କାରଣ ମୃତ ଦେହ ପଡ଼ିଥିବା ସ୍ଥାନରେ ଏମିତି କୌଣସି ଚିହ୍ନ ନଥିଲା ଯାହା ସେହିଠାରେ ମୃତ୍ୟୁ ହୋଇଥିବାକୁ ସନ୍ଦେହ କରାଯାଇପାରିବ। ଏହା ସମ୍ପୂର୍ଣ୍ଣ ହତ୍ୟା ବୋଲି ମାମୁଁ କହିଛନ୍ତି।

Leave A Reply

Your email address will not be published.