Odisha Link
Bridging the Missing Links in Odisha

ବୋହୂ, ଡିଏଫଓ ଓ ରୋଷେୟାର ଲାଏ-ଡିଟେକ୍ସନ ଟେଷ୍ଟ ଦାବି କଲେ ସୌମ୍ୟଙ୍କ ବାପା

ଭୁବନେଶ୍ୱର: ପାରଳାଖେମୁଣ୍ଡି ଏସିଏଫଓ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ୬ଦିନ ବିତିଲାଈି। ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ପାଉନି ପୁଲିସ। ବିଭିନ୍ନ ଦିଗକୁ ନେଇ ଚାଲିଛି ତଦନ୍ତ। ତେବେ ଏହା ଭିତରେ ସୌମ୍ୟଙ୍କ ବାପା ଅଭିରାମ ମହାପାତ୍ର ଆଜି କଟକସ୍ଥ ଡିଜିପି ଅଫସିରେ ଡିଜିପିଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଡିଜିପିଙ୍କୁ ଦେଇଥିବା ଦାବିପତ୍ରରେ ଅଭିରାମ ଏକ ସାଂଘାତିକ ତଥ୍ୟ ଦେଇଛନ୍ତି।

ଘଟଣା ପଛରେ ଗଜପତିର ଜଣେ ମହିଳା ଇନସ୍ପେକ୍ଟରଙ୍କ ହାତ ଥିବା ସେ ଅଭିଯୋଗ କରିଛନ୍ତି। ସମ୍ପୃକ୍ତ ମହିଳା ଗଜପତିର ଏକ ଥାନାରେ ଆଇଆଇସିଭାବେ ଅବସ୍ଥାପିତ। ସମ୍ପୃକ୍ତ ମହିଳା ଆଇଆଇସି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ସମ୍ପର୍କୀୟ। ଘଟଣା ଦିନ ରାସ୍ତାରେ ସମ୍ପୃକ୍ତ ମହିଳା ଆଇଆଇସି ଆମ୍ବୁଲାନ୍ସ ଅଟକାଇଥିଲେ। ପ୍ରାୟ ଘଣ୍ଟାଏ କାଳ ଆମ୍ବୁଲାନ୍ସ ଅଟକାଇଥିଲେ। ଆମ୍ବୁଲାନ୍ସ ଅଟକିବାରୁ ଚିକିତ୍ସାରେ ବିଳମ୍ବ ପାଇଁ ପୁଅ ମରିଗଲା ବୋଲି ଅଭିରାମ ଉକ୍ତ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ତେଣୁ ସମ୍ପୃକ୍ତ ମହିଳା ଆଇଆଇସିଙ୍କୁ ତଦନ୍ତ ପରିସରଭୁକ୍ତ କରିବାକୁ ସେ ଦାବି କରିଛନ୍ତି।

ଅନ୍ୟପକ୍ଷରେ ୩ ଜଣଙ୍କ ଲାଇ ଡିଟେକ୍ସନ ଟେଷ୍ଟ ପାଇଁ ଅଭିରାମ ଦାବି କରିଛନ୍ତି। ବୋହୂ, ଡିଏଫଓ ଓ ରୋଷେୟାଙ୍କ ଲାଏ-ଡିଟେକ୍ସନ ଟେଷ୍ଟ କରାଯିବାକୁ ସେ ଦାବି କରିଛନ୍ତି। ଏଥିସହ ସମଗ୍ର ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବାକୁ ବି ସେ ଦାବି କରିଛନ୍ତି। ଗୁରୁତର ସୌମ୍ୟଙ୍କୁ ବ୍ରହ୍ମପୁର ପରିବର୍ତ୍ତେ କଟକ କାହିଁକି ନିଆଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି ଫରେଷ୍ଟ ଅଫିସ ଆଗରେ ଆମ୍ବୁଲାନ୍ସ ଅଟକିବା ନେଇ ମଧ୍ୟ ସେ ପ୍ରଶ୍ନ କରିଛନ୍ତି।

Leave A Reply

Your email address will not be published.