Odisha Link
Bridging the Missing Links in Odisha

ରାଜଧାନୀ କାନ୍ଥରେ ଅଶ୍ଳୀଳ ଇଙ୍ଗିତ ଚିତ୍ର

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ୱରରେ ବିଏମସିର ଅଜବ କରୋନା ସଚେତନତା। ମହାମାରୀକୁ ନେଇ ବଡ ବଡ ପୋଷ୍ଟର ବ୍ୟାନର ସହ ଟିଭି ଓ ଖବରକାଗଜରେ ବିଜ୍ଞାପନ ଦେଇ ଲୋକଙ୍କୁ ସଚେତନ କରୁଛନ୍ତି ସରକାର। ଲୋକଙ୍କୁ ସଚେତନ କରିବାକୁ ରାଜଧାନୀର ବିଭିନ୍ନ ରାସ୍ତାକଡ ପାଚେରୀରେ କିଛି ଚିତ୍ର ଅଙ୍କାଯାଇଥିବାର ଦେଖିବାକୁ ମିଳିଛି। ହେଲେ କରୋନା ସଚେତନତା ସହ ଅଶ୍ଲୀଳ ଇଙ୍ଗିତକୁ ପ୍ରଶୟ ଦିଆଯାଇଥିବା ଏହି ଚିତ୍ରକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ନୟାପଲ୍ଲୀ ବ୍ରିଟ କଲୋନୀ ପାଖରେ ଥିବା ରାସ୍ତାକଡ ପାଚେରୀରେ ଏହି ଚିତ୍ରଟି ଅଙ୍କାଯାଇଛି। ଯେଉଁଥିରେ କରୋନା ଭୂତାଣୁର ସାଂକେତିକ ଚିତ୍ର କରାଯାଇଥିବା ବେଳେ ଆଗଧାଡିର ଯୋଦ୍ଧା କୁହାଯାଉଥିବା ଡାକ୍ତର ଓ ନର୍ସଙ୍କର ଚିତ୍ର ରହିଛି। ଯେଉଁମାନେ କାନ୍ଥରେ ଚିତ୍ରିତ ଥିବା ଭୂତାଣୁ ଆଡକୁ ମଝି ଆଙ୍ଗୁଠି ଦେଖାଉଥିବାର ଦେଖିବାକୁ ମିଳିଛି। କିନ୍ତୁ ଏହା ଅଶ୍ଲୀଳ ଇଙ୍ଗିତ ଯାହା ପିଲାଙ୍କ ଉପରେ ମଧ୍ୟ ଖରାପ ପ୍ରଭାବ ପକାଇବ। ପଳରେ ଏହି ଚିତ୍ରକୁ ହଟାଇବାକୁ ଦାବି ଉଠିଲାଣି।

Leave A Reply

Your email address will not be published.