Odisha Link
Bridging the Missing Links in Odisha

ତୃତୀୟ ଲହର ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ; ଟେଷ୍ଟିଂ, ଟ୍ରେସିଂ ଓ ଟିକାକରଣକୁ ଗୁରୁତ୍ୱ

ଭୁବନେଶ୍ୱର: କରୋନା ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି, ରାଜ୍ୟରେ ବର୍ତ୍ତମାନ କରୋନା ସଂକ୍ରମଣର ଗ୍ରାଫ୍‌ ତଳମୁହାଁ ହୋଇଛି। ଆକଳନ ଅନୁସାରେ ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି। କେସ ଲୋଡ୍ ଓ ସଂକ୍ରମଣ ହାରରେ ଆସୁଛି ଉନ୍ନତି। କିଛି ଜିଲ୍ଲାରେ ସଂକ୍ରମଣ ଏବେ ପ୍ଲାଟୋ ଷ୍ଟେଜରେ ରହିଛି। ତେବେ ଏଥିପାଇଁ ଆତଙ୍କିତ ହେବାର ନାହିଁ।

ଏହା ସହ ତୃତୀୟ ଲହର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ଟେଷ୍ଟିଂ, ଟ୍ରେସିଂ ଓ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି। ଟେଷ୍ଟିଂ ପାଇଁ ଲାବରେଟୋରୀ ବଢ଼ାଯାଉଛି। ସ୍ୱାସ୍ଥ୍ୟ ଭିତ୍ତିଭୂମି ଯାହା ରହିଛି, ତାକୁ ତ୍ୱରାନ୍ୱିତ କରି ତୃତୀୟ ଲହରର ମୁକାବିଲା କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି।

Leave A Reply

Your email address will not be published.