Odisha Link
Bridging the Missing Links in Odisha

ସୁନାବେଶରେ ଶ୍ରୀ ଜିଉ, ୧୩୮ ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ ଝଟକୁଛନ୍ତି

ପୁରୀ: ମହଣ ମହଣ ସୁନାରେ ଝଟକୁଛନ୍ତି ଶ୍ରୀଜିଉ। ସିଂହଦ୍ବାର ସମ୍ମୁଖରେ ଦର୍ଶନ ଦେଇଛନ୍ତି ତିନି ଠାକୁର। ପୁରୀରେ ଲଗାଣ ବର୍ଷା ଲାଗି ରହିଛି। ଭିଜି ଭିଜି ସୁନାବେଶରେ ଦର୍ଶନ ଦେଉଛନ୍ତି ମହାବାହୁ। ସୁନାବେଶରେ ଠାକୁରେ ଶ୍ରୀଭୁଜ, ଶ୍ରୀପୟର, ରତ୍ନପଦକ, ରତ୍ନକିରୀଟ, କାନଫୁଲ, ମର୍କତ ମୁକୁଟ, ପଦ ବଲ୍ଲବ, ମୁଦି, କଣ୍ଠିମାଳା, ମର୍କତ ଜାଉଁଳି, ବଳା, ବାହୁଟି, କାନ୍ତି ଜରକବର କଟି ମେଖଳା ଆଦି ୧୩୮ ପ୍ରକାର ରତ୍ନଖଚିତ ସ୍ୱର୍ଣ୍ଣ ଅଳଙ୍କାରରେ ସଜେଇ ହୋଇଛନ୍ତି।

ସୁନାବେଶ ପାଇଁ ପୁରୀର କିଛି ଅଞ୍ଚଳରେ କର୍ଫ୍ୟୁ ବଳବତ୍ତର ରହିଛି। ସେହି ସ୍ଥାନ ଗୁଡ଼ିକ ହେଲା ମାର୍କେଟ୍ ଛକ, କାକୁଡି ଖାଇ ଛକ ସମେତ ଶ୍ରୀମନ୍ଦିର ସହ ସଂଯୋଗ କରୁଥିବା ସମସ୍ତ ରାସ୍ତା। ଆସନ୍ତା ୨୪ ତାରିଖ ସକାଳ ୬ଟା ଯାଏଁ ଜାରି ରହିବ କର୍ଫ୍ୟୁ। ତେବେ ସୁନାବେଶ ବା ରାଜବେଶ ବା ବଡ଼ତଢାଉ ବେଶ ହେଉଛି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ଅନନ୍ୟ ବେଶ।

Leave A Reply

Your email address will not be published.