Odisha Link
Bridging the Missing Links in Odisha

କର୍ଣ୍ଣାଟକ ରାଜନୀତିରେ ହଟଚମଟ, ଧର୍ମେନ୍ଦ୍ରଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ

ନୂଆଦିଲ୍ଲୀ: କର୍ଣ୍ଣାଟକ ରାଜନୀତିରେ ହଟଚମଟ। କର୍ଣ୍ଣାଟକ ରାଜନୈତିକ ଅସ୍ଥିରତା ଦୂର କରିବା ପାଇଁ ବିଜେପି ଶୀର୍ଷ ନେତୃତ୍ବ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଦେଇଛି ଗୁରୁଦାୟିତ୍ବ। ସୋମବାର ଦିନ ଧର୍ମେନ୍ଦ୍ରଙ୍କୁ କର୍ଣ୍ଣାଟକର ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଇଛି ବିଜେପି ଶୀର୍ଷ ନେତୃତ୍ବ। ଆଉ କିଛି ସମୟ ପରେ ଧର୍ମେନ୍ଦ୍ର ପ୍ରଧାନ ଓ କର୍ଣ୍ଣାଟକ ପ୍ରଭାରୀ ଅରୁଣ ସିଂ ବେଙ୍ଗାଲୁରୁ ଗସ୍ତ କରିବେ। ସୂଚନାଥାଉକି, ସୋମାବାର ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ବିଏସ୍‌ ୟେଦ୍ୟୁରପ୍ପା।

ବିଏସ୍‌ ୟେଦ୍ୟୁରପ୍ପା ଆଜି ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ସବୁଠୁ ବଡ଼ କଥା ହେଲା ଆଜିହିଁ କର୍ଣ୍ଣାଟକରେ ବିଜେପି ସରକାରକୁ ୨ ବର୍ଷ ପୂରଣ ହୋଇଛି। ମୁଖ୍ୟମନ୍ତ୍ରୀ ଗାଦିରେ ୨ ବର୍ଷ ରହିବା ପରେ ଇସ୍ତଫା ଦେଇଛନ୍ତି ୟେଦିରୁପ୍ପା। ଏବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ କିଏ ହେବ? ସେ ନେଇ ଆରମ୍ଭ ହୋଇଛି ଅନେକ କଳ୍ପନାଜଳ୍ପନା।

ୟେଦିୟୁରପ୍ପା ଇସ୍ତଫା ଦେବା ପରେ କହିଛନ୍ତି ଯେ, କର୍ଣ୍ଣାଟକବାସୀଙ୍କ ପାଇଁ ଆହୁରି ବହୁତ କାମ କରିବାର ଅଛି। ଆମେ ସମସ୍ତେ ମିଳିମିଶି ପରିଶ୍ରମ କରିବୁ। ଆଉ ରାଜ୍ୟ ପାଇଁ କାମ କରିବୁ। ଏଥିସହିତ ସର୍ବଦା ଅଗ୍ନି ପରୀକ୍ଷା ଦେଉଥିବା କଥା କହିଛନ୍ତି ୟେଦିୟୁରପ୍ପା।

ନିକଟରେ ସେ ଘୋଷଣା କରିଥିଲେ ଯେ, ଜୁଲାଇ ୨୫ରେ ତାଙ୍କ ସରକାରର ଦୁଇ ବର୍ଷ ପୂରଣ ହେବା ପରେ ସେ ଦଳର ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ ପାଳନ କରିବେ । ସେ ଇସ୍ତଫା ଦେବା ପରେ ଏବେ ମୁଖ୍ୟମନ୍ତ୍ରୀ ଦୌଡରେ ରାଜ୍ୟ ସରକାରଙ୍କ କେନ୍ଦ୍ର କୋଇଲା, ଖଣି ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଖଣି ମନ୍ତ୍ରୀ ତଥା ଶିଳ୍ପପତି ଏମ.ଆର ନିରାନୀଙ୍କ ନା ଚର୍ଚ୍ଚା ହେଉଛି।

Leave A Reply

Your email address will not be published.