Odisha Link
Bridging the Missing Links in Odisha

ଅଗଷ୍ଟ ଗାଇଡଲାଇନ: କ’ଣ ବନ୍ଦ, କ’ଣ ଖୋଲା ରହିବ, ଜାଣନ୍ତୁ…

ଭୁବନେଶ୍ୱର: ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା। ଅଗଷ୍ଟ ଗାଇଡଲାଇନ ମୁତାବକ, ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏଁ ଖୋଲା ରହିବ। ରାଜ୍ୟରେ ସମସ୍ତ ମଲ ଖୋଲିବ।  ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ମଲ ଖୋଲି ପାରିବ। ରେଷ୍ଟୁରାଣ୍ଟ, ବାର ୫୦% କ୍ଷମତାକୁ ନେଇ ଖୋଲିପାରିବ। ସିନେମା ହଲ ୫୦% ଦର୍ଶଶକ କ୍ଷମତାକୁ ନେଇ ଖୋଲିପାରିବ। ହଲ ଓ ମଲ ଯାଉଥିବା ପ୍ରାପ୍ତବୟସ୍କ ଲୋକଙ୍କ ଟିକା ପ୍ରମାଣପତ୍ର ଜରୁରୀ।

ରାଜ୍ୟରେ ଭିତରେ ବସ ଚାଲୁ ରହିବ। ଧାର୍ମିକ ପୀଠ ଖୋଲିବା ପାଇଁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ। ଶ୍ରୀମନ୍ଦିର ଓ ଶ୍ରୀଲିଙ୍ଗରାଜ ପ୍ରଶାସନ ନିଜେ ଏନେଇ ନିଷ୍ପତ୍ତି ନେବେ। ବିବାହ ଓ ଶୁଦ୍ଧିକ୍ରିୟା ନେଇ ଥିବା କଟକଣା ଜାରି ରହିବ। ନନ୍ଦନକାନନ, ଇଣ୍ଡୋର ଓ ୱାଟର ପାର୍କ ଆଦି ଖୋଲା ଯାଇପାରିବ।

ସମସ୍ତ ଧାର୍ମିକ, ରାଜନୈତିକ ଓ ସାମାଜିକ ସମାବେଶକୁ ମନା କରାଯାଇଛି। ପ୍ରଦର୍ଶନୀ, ବାଣିଜ୍ୟିକ ମେଳା ମହୋତ୍ସବକୁ ମଧ୍ୟ ବାରଣ କରାଯାଇଛି। ଏଥିସହିତ ସମୁଦ୍ର କୂଳ ଏବଂ ପାର୍କ ଖୋଲା ରହିବ ଏବଂ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ କରୋନାର ସମସ୍ତ ଗାଇଡଲାଇନ୍ ପାଳନ କରିବେ। ପ୍ରତିଦିନ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫୁ୍ୟ ଲାଗୁ ରହିବ। ଭୁବନେଶ୍ୱର, କଟକ ଓ ପୁରୀରେ ସପ୍ତାହାନ୍ତ ସଟଡାଉନ ଲାଗୁ ରହିବ।

Leave A Reply

Your email address will not be published.