Odisha Link
Bridging the Missing Links in Odisha

ଅଗଷ୍ଟ ଗାଇଡଲାଇନ: ଟ୍ବିନ୍‌ ସିଟି ଓ ପୁରୀରେ ସପ୍ତାହାନ୍ତ ସଟଡାଉନ ଲାଗୁ

ଭୁବନେଶ୍ୱର: ଅଗଷ୍ଟ ମାସ ପାଇଁ ନୂଆ ଗାଇଡଲାଇନ ଘୋଷଣା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି) ପ୍ରଦୀପ ଜେନା। ଅଗଷ୍ଟ ଗାଇଡଲାଇନ ମୁତାବକ, ପ୍ରତିଦିନ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫୁ୍ୟ ଲାଗୁ ରହିବ। ଭୁବନେଶ୍ୱର, କଟକ ଓ ପୁରୀରେ ସପ୍ତାହାନ୍ତ ସଟଡାଉନ ଲାଗୁ ରହିବ। ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏଁ ଖୋଲା ରହିବ।

ସମସ୍ତ ଧର୍ମିକ, ରାଜନୈତିକ ଓ ସାମାଜିକ ସମାବେଶକୁ ମନା କରାଯାଇଛି। ପ୍ରଦର୍ଶନୀ, ବାଣିଜ୍ୟିକ ମେଳା ମହୋତ୍ସବକୁ ମଧ୍ୟ ବାରଣ କରାଯାଇଛି। ୫୦ ପ୍ରତିଶତ ଦର୍ଶକଙ୍କ ସହିତ ସିନେମା ହଲ୍ ଓ ଥିଏଟର୍ ଖୋଲିବା ନେଇ ଅନୁମତି ଦେଇଛନ୍ତି। ଏଥିସହିତ ସମୁଦ୍ର କୂଳ ଏବଂ ପାର୍କ ଖୋଲା ରହିବ ଏବଂ ଏଠାକୁ ଆସୁଥିବା ପର୍ଯ୍ୟଟକ ମାନେ କରୋନାର ସମସ୍ତ ଗାଇଡଲାଇନ୍ ପାଳନ କରିବେ।

ଏସଆରସି କୋଭିଡ ପରିଚାଳନାନେଇ ସେ ସବିଶେଷ ତଥ୍ୟ ରଖି କହିଛନ୍ତି, ରାଜ୍ୟରେ କରୋନା ସଂକ୍ରମଣ ତଳମୁହାଁ ହୋଇଥିଲେ ହେଁ ଆଗକୁ ତୃତୀୟ ଲହର ଆସିବାର ସମ୍ଭାବନା ରହିଛି। ଆମ ରାଜ୍ୟରେ ୨୭ଟି ଜିଲ୍ଲାରେ ସଂକ୍ରମଣ ହାର ନଗଣ୍ୟ ଅଛି। କଟକ, ଖୋର୍ଦ୍ଧା ଓ ପୁରୀରେ ଟିକେ ଅଧିକ। ତେବେ ଉଦବେଗଜନକ ନୁହେଁ। ଜୀବନ ଜୀବିକା ସମନ୍ୱୟ ପାଇଁ ଧୀରେ ଧୀରେ ଅନଲକ ହେଉଛି।

Leave A Reply

Your email address will not be published.