Odisha Link
Bridging the Missing Links in Odisha

ରାହୁଲଙ୍କ ରଣନୀତି: ପେଗାସସ୍ ମାମଲାରେ ବିରୋଧୀଙ୍କୁ ଜଳଖିଆ ପାଇଁ ନିମନ୍ତ୍ରଣ

ନୂଆଦିଲ୍ଲୀ: ଗୋଟିଏ ପଟେ ସଂସଦର ମୌସୁମୀ ଅଧିବେଶନ ଚାଲୁଥିବା ବେଳେ ଅନ୍ୟପଟେ ସବୁଦିନ ସଂସଦରେ ହଙ୍ଗାମା ହେଉଛି। ଏସବୁ ମଧ୍ୟରେ ଆକ୍ସନ ମୁଡରେ ଅଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ସରକାରଙ୍କୁ ହରଡ଼ଘଣାରେ ପକାଇବା ପାଇଁ ଯୋଜନା କରୁଛନ୍ତି ରାହୁଲ। ଏଥିପାଇଁ ରାହୁଲ ମଙ୍ଗଳବାର ସକାଳ ୯ଟା ୩୦ ସମୟରେ ବିରୋଧୀ ଦଳ ନେତାଙ୍କୁ ଭେଟିବେ।

ମିଳିଥିବା ସୂଚନା ମୁତାବିକ, ରାହୁଲ ନୂଆଦିଲ୍ଲୀ ସ୍ଥିତ କନଷ୍ଟିଚ୍ୟୁସନ କ୍ଲବରେ ଆସନ୍ତାକାଲି ସକାଳେ ବିରୋଧୀ ନେତାଙ୍କୁ ଜଳଖିଆରେ ଡକାଇଛନ୍ତି। ଗୋଟିଏ ସପ୍ତାହ ଭିତରେ ରାହୁଲ ଗାନ୍ଧୀ ଦ୍ଵିତୀୟ ଥର ବିରୋଧୀ ନେତାଙ୍କୁ ଭେଟିବାକୁ ଯାଉଛନ୍ତି। ଏହି ସମୟରେ ସମସ୍ତ କଂଗ୍ରେସ ନେତା ଉପସ୍ଥିତ ରହିବେ।

ଏହା ପୂର୍ବରୁ ଗତ ବୁଧବାର ରାହୁଲ ଗାନ୍ଧୀ ପେଗାସସ୍ ଗୁଇନ୍ଦାଗିରି କାଣ୍ଡଠୁ ନେଇ କୃଷି ଆଇନ ସମେତ ଅନେକ ପ୍ରସଙ୍ଗରେ ଉଭୟ ଗୃହରେ ମୋଦୀ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିବା ଓ ଭବିଷ୍ୟତର ପଦକ୍ଷେପର ରୂପରେଖା ପ୍ରସ୍ତୁତ ପାଇଁ ବିରୋଧୀ ନେତାଙ୍କୁ ସଂସଦରେ ଭେଟିଥିଲେ।

ନିକଟରେ ହୋଇଥିବା ବିରୋଧୀ ନେତାଙ୍କ ବୈଠକ ପରେ ରାହୁଲ ଗାନ୍ଧୀ କହିଥିଲେ ଯେ, ଆମେ ଦରବୃଦ୍ଧି, ପେଗାସସ୍ ଓ କୃଷକ ପ୍ରସଙ୍ଗରେ କୌଣସି ସାଲିସ୍ କରିବାକୁ ଚାହୁଁନୁ। ଆମେ ଗୃହରେ ଆଲୋଚନା ଚାହୁଁଛୁ।

Leave A Reply

Your email address will not be published.