Odisha Link
Bridging the Missing Links in Odisha

ଓଡ଼ିଶା ଫେରିଲେ ଦୂତୀ, ଅଲିମ୍ପିକ ପରାଜୟକୁ ନେଇ କହିଲେ…

ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସ ଯାତ୍ରା ସାରି ଆଜି ଓଡ଼ିଶା ପହଞ୍ଚିଛନ୍ତି ଦୂତୀ ଚାନ୍ଦ। ଏହି ଅବସରରେ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ଅନେକ ଶୁଭେଚ୍ଛୁ ଓ ସମର୍ଥକ ତାଙ୍କୁ ସ୍ୱାଗତ ଜଣାଇଥିଲେ। ଅଲିମ୍ପିକର ୧୦୦ ଓ ୨୦୦ ମିଟର ପ୍ରତିଯୋଗିତାରେ ଦୂତୀ ଅସଫଳ ହୋଇଛନ୍ତି। ତେବେ ଅଲିମ୍ପିକ ପରାଜୟକୁ ନେଇ ଦୂତୀ ନିଜର ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି ଯେ, ଅଲିମ୍ପିକରେ ଭାଗ ନେବା ତାଙ୍କ ପାଇଁ ଏକ ସୌଭାଗ୍ୟ ଥିଲା। ଏହି ଇଭେଣ୍ଟରୁ ସେ ବହୁତ କିଛି ଶିକ୍ଷାଲାଭ କରିଛନ୍ତି, ଯାହାକି ତାଙ୍କୁ ଭବିଷ୍ୟତରେ ଶୀର୍ଷରେ ପହଞ୍ଚିବା ଲାଗି ପ୍ରେରଣା ଦେବ। ୨୦୧୬ ରିଓ ଅଲିମ୍ପିକରେ ପରାଜୟ ପରେ ସେ ପରବର୍ତ୍ତୀ ସମୟରେ ଏସିଆନ୍ ଗେମ୍ସରେ ପଦକ ଜିତିଥିଲେ। ଏହି ଅବସରରେ ସେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।

କୋଭିଡ୍ ଜନିତ ଭୟ ଓ ପାଣିପାଗ ପରିବର୍ତ୍ତନ ଯୋଗୁଁ ସେ ଉଚ୍ଚକୋଟୀର ପ୍ରଦର୍ଶନରୁ ବଞ୍ଚିତ ହୋଇଥିଲେ। ଏହାଛଡ଼ା ବିଦେଶ ଯାତ୍ରା, ବିଦେଶ ଟ୍ରେନିଂ ତାଙ୍କର ଅଭ୍ୟାସରେ ବାଧା ସାଜିଥିଲା। ତେବେ ବର୍ତ୍ତମାନ ସେ ଏସିଆନ ଗେମ୍ସ ପାଇଁ ଲକ୍ଷ୍ୟ ରଖିଥିବା କହିଥିଲେ।

 

Leave A Reply

Your email address will not be published.